ରତ୍ନଭଣ୍ଡାର ଚାବି ହଜିବା ଘଟଣାର ରିପୋର୍ଟ ସାର୍ବଜନୀନ ହେବ ନାହିଁ

ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ନୂଆ ମୋଡ଼ ଆସିଛି । ରାଜ୍ୟ ସରକାର ଏନେଇ ଏକ ସତ୍ୟପାଠ ଦାଖଲ କରିଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।ଚାବି ହଜିବା ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ରଘୁବୀର ଦାସ କମିସନ ତଦନ୍ତ ଶେଷ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇ ସାରିଛନ୍ତି ।
ଆବେଦନକାରୀ ଚାବି କାହିଁକି ହଜିଲା ଓ କେମିତି ହଜିଥିଲା ଏନେଇ ରାଜ୍ୟବାସୀ ଜାଣିବା ଦରକାର ବୋଲି ଆବେଦନରେ ଦର୍ଶାଇଥିଲେ । ସରକାର କମିସନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ବାଧ୍ୟ ନୁହନ୍ତି ବୋଲି ସତ୍ୟପାଠରେ କୁହାଯାଇଛି । ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।