ମହିଳାଙ୍କୁ ନିଆଁ ଲଗାଇ ମାରିଦେଲେ!

ମହିଳାଙ୍କୁ ନିଆଁ ଲଗାଇ ମାରିଦେଲେ!

 ମହିଳାଙ୍କୁ ଜାଳିଦେଲେ! ଘର ଭିତରୁ ଉଦ୍ଧାର କରାଗଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଟାଉନ ଥାନା ବଙ୍କାଖଜୁରୀ ଗାଁରେ। ମହିଳା ଜଣଙ୍କ ଶାଶୂଘରେ ଥିବା ସମୟରେ ଘର ଭିତରୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ଶାଶୂଘର ବିରୋଧରେ ହତ୍ୟା ଅଭିଯୋଗ ଆଣି ବାପଘର ଲୋକେ କହିଛନ୍ତି ଯେ, ଆମ ଝିଅକୁ ପୋଡି ମାରିଦେଲେ। ଏହି ଘଟଣାରେ ପୁରା ଗାଁରେ ହଇଚଇ ସୃଷ୍ଟି ହୋଇଥିବାବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।