ରାସ୍ତା ମଝିରେ ଗାତ 

ଦାନଗଦୀ : ମଲିଟାରୀ ଛକରୁ ଯଖପୁରା ଯିବା ରାସ୍ତାରେ ବାଳୁଙ୍ଗାବନ୍ଦୀ ବା ଭିସା କାରଖାନା ପାଖରେ ଥିବା ରେଲୱେ ଫାଟକ ନିକଟରେ ଥିବା ରାସ୍ତାଟି ସମ୍ପୂର୍ଣ ଭାଙ୍ଗିରୁଜି ମରଣଯନ୍ତାରେ ପରିଣତ ହୋଇଛି । ସବୁଠାରୁ ବିପଦ ହେଉଛି ସୃଷ୍ଟି ହୋଇଥିବା ଗାଡ଼ ଗୁଡିକରେ ବର୍ଷା ଜଳ ଭର୍ତୀ ହୋଇଯିବା ଫଳରେ ବିଜୁ ପଟ୍ଟନାୟକ ମାର୍ଗରେ ଦୈନିକ କଳିଙ୍ଗନଗର ଶିଳ୍ପାଂଚଳକୁ ଯାତାୟାତ କରୁଥିବା ହଜାର ହଜାର ବାଇକ ଆରୋହୀ ବିପଦର ସମ୍ମୁଖୀନ ହେଉଛନ୍ତି । ଦାନଗଦୀ ବ୍ଲକର ଯଖପୁରା, ମାନତୀରା, ପଙ୍କପାଳ ପଯ୍ୟନ୍ତ ହଜାର ହଜାର ଲୋକଙ୍କର ନିତିଦିନିଆ ଏହି ରାସ୍ତା ବିପର୍ଯ୍ୟସ୍ତ ହୋଇଯାଇଛି । ରେଳ ବିଭାଗର ବେପରୁଆ କାମ ପାଇଁ ଏପରି ହୋଇଥିବା ଅଭିଯୋଗ ହେଉଛି । ପାଣି ନିଷ୍କାସନ ପାଇଁ ଡ୍ରେନଜର ବ୍ୟବସ୍ଥା ନାହିଁ,  ସନ୍ଧ୍ୟା ଅନ୍ଧାର ସମୟରେ ଅବସ୍ଥା ଆହୁରି ସଙ୍ଗିନୀ ହୋଇଯାଉଛି । ରାସ୍ତା ମଝିରେ ଗାଡ ଥିବାରୁ ଘଂଟା ଘଂଟା ଧରି ରାସ୍ତା ଭିଡ଼ ରହୁଛି  । ଏଥିପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ରେଳ ବିଭାଗ ଦୃଷ୍ଟି ଦେଇ ତୁରନ୍ତ ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି ।