ଆରଟିଓଙ୍କ କାର୍ଯାଳୟରେ ଅର୍ଥ କାରବାର ଭିଡିଓ ଭାଇରାଲ୍
ପ୍ରଭାନୁ୍ୟଜ୍ ।ା ମାଲକାନଗିରି: ମାଲକାନଗିରି ଜିଲ୍ଲା ଆରଟିଓଙ୍କ କାର୍ଯାଳୟରେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଅର୍ଥ କାରବାର ହେଉଥିବାର ଏକ ଭିଡିଓ ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଜିଲ୍ଲାର ଆରଟିଓ କାର୍ଯାଳୟରେ ଦୀପଙ୍କର ମିସ୍ତ୍ରୀ ନାମକ ବ୍ୟକ୍ତି ଜଣେ ଚୁକ୍ତିଭିତ୍ତିକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ବେଳେ ସେ ନିଜେ କାର୍ଯାଳୟ ପରିସରରେ ଲୋକଙ୍କ ଠାରୁ ଏହି ଟଙ୍କା ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି ।
ତେବେ ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ଲୋକଙ୍କ ଠାରୁ ୫୦୦ରୁ ୧୫୦୦ ଯାଏଁ ଅର୍ଥ ବ୍ୟକ୍ତି ଜଣଙ୍କ ନେଉଥିବା ଭିଡିଓରେ ସ୍ପଷ୍ଟ ଦେଖା ଯାଉଛି । ଯାହାକୁ ନେଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ଉଠିଛି ।