ଶ୍ରୀମନ୍ଦିରରେ ବିଶୃଙ୍ଖଳା ସୃଷ୍ଟି କରି ସେବାୟତ ନିଲମ୍ବିତ
ପୁରୀ : ଶ୍ରୀମନ୍ଦିରରେ ବିଶୃଙ୍ଖଳା ତଥା ଅନ୍ୟ ଏକ ସେବକଙ୍କୁ ମାରପିଟ୍ ପାଇଁ ଶ୍ରୀମନ୍ଦିର ଆଇନ ୨୧ (କ) ଧାରା ଅନୁସାରେ ମୁଖପଖାଳ ସେବକ ବିଶ୍ୱନାଥ ଖୁଣ୍ଟିଆଙ୍କୁ ୩ମାସ ପାଇଁ ସେବାରୁ ନିଲମ୍ବିତ କରାଯାଇଛି । ଏହା ପୂର୍ବରୁ ଶ୍ରୀ ଖୁଣ୍ଟିଆଙ୍କୁ କୈଫିୟତ ତଲବ ହୋଇଥିଲା । ନିଲମ୍ବନ ସମୟରେ ଶ୍ରୀ ଖୁଣ୍ଟିଇଆ ଶ୍ରୀମନ୍ଦିର ମଧ୍ୟରେ ତାଙ୍କ ସମସ୍ତ ସେବାରୁ ନିବୃତ୍ତ ରହିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଦେଶ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀ ଆଉଥରେ ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ ।