ଜବରଦଖଲରେ ସଡ଼କ ପରିବହନ ବିଭାଗ : ଜମି ମାପ ପାଇଁ ୨୫ ଜଣଙ୍କୁ ନୋଟିସ୍

 କୁଆଖିଆ : ରାଜ୍ୟ ସଡ଼କ ପରିବହନ ଜମିକୁ ଜବରଦଖଲ କରି ନିଜ ନାମରେ ରେକର୍ଡଭୁକ୍ତ କରିବା ସହିତ ସେଥିରେ ବ୍ୟକ୍ତିଗତ ଘର, ବ୍ୟବସାୟିକ ପ୍ରତିଷ୍ଠାନ ମାନ କରି ବଜାର ବସାଇବାକୁ ନେଇ ରାଜ୍ୟ ସଡ଼କ ପରିବହନ ବିଭାଗ ଜାଣିବା ପରେ ଉଛେଦ ନେଇ ବିଭାଗ ନୋଟିସ୍ ଜାରି କରିଛି । ସୂଚନା ଅନୁଯାୟୀ ରସୁଲପୁର ତହସିଲ ଅଞ୍ଚଳର କୁଆଖିଆ ମୈାଜା ଖାତା ନଂ-୧୪୧, ଖସଡ଼ା-୨୬/୩୪୮, ୨୭/୩୪୯, ଓ ୨୯/୩୪୭ରେ କିସମ ଘରବାରୀ, ପତିତ, ରାସ୍ତା ଓ ନୟନଜୋରୀ ଜମି ଯାହା ରାଜ୍ୟ ସଡ଼କ ପରିବହନ ଅଧିନରେଅଛି । ଏହିଜମି ଗୁଡିକୁ ସ୍ଥାନୀୟ ବ୍ୟକ୍ତି ଜବରଦଖଲ କରି ସେଥିରେ ବ୍ୟକ୍ତିଗତ ଘର, ବଜାର,ବ୍ୟବସାୟିକ ପ୍ରତିଷ୍ଠାନ କରିଥିବା ବିଭାଗ ଜାଣିବା ପରେଉକ୍ତ ଜମିକୁ ମାପ କରି ଜବରଦଖଲ ଉଛେଦ କରିବା ନିମନ୍ତେ ବିଭାଗ ପକ୍ଷରୁ ନୋଟିସ୍ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏହି ଉଛେଦ ପକ୍ରିୟା ୨୦୨୨ରୁ କାର୍ଯ୍ୟକାରୀ କରିବା ନିଦେ୍ର୍ଦଶ ଥିଲେ ହେଁ ପ୍ରଶାସନିକ ଅବହେଳା ଏବଂ ବିଭିନ୍ନ ଦିଗରୁ ଚାପ ନେଇ କାର୍ଯ୍ୟକାରୀ ହୋଇ ପାରିନଥିଲା । ତେବେ ରସୁଲପୁର ତହସିଲ ସୀମା ନିର୍ଦ୍ଧାରଣ କେସ୍ ନଂ-୮୪/୨୫ ଅନୁଯାୟୀ ୨୫ ଜଣଙ୍କୁ ଆସନ୍ତା ୧୮ା୮ା୨୦୨୫ ଠାରୁ ୨୦ା୮ା୨୦୨୫ ପର୍ଯ୍ୟନ୍ତ ହେବାକୁ ଥିବା ଜମି ମାପରେ ଉପସ୍ଥିତ ରହି ସହଯୋଗ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି ।