ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ସମୀକ୍ଷା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି  । ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ସମସ୍ତ ଶିଳ୍ପାନୁଷ୍ଠାନମାନେ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ ନିମନ୍ତେ ଅଗ୍ରାଧିକାର ଦେବାକୁ  ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଦେ୍ର୍ଦଶ ଦେଇଛନ୍ତି ।  ୱାରୀ ଏନର୍ଜି ତାର କାର୍ଯ୍ୟରେ ଅଗ୍ରଗତି କରୁନଥିବା ଯୋଗୁଁ ଏହାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କମ୍ପାନୀ କୃର୍ତ୍ତୃପକ୍ଷଙ୍କୁ ତାଗିଦ କହିଥିଲେ ।  ଜିଲ୍ଲାର ସମସ୍ତ ପ୍ରମୁଖ ଶିଳ୍ପାନୁଷ୍ଠାନଗୁଡ଼ିକ ସ୍ଥାନୀୟ ଭାରିଯାନ ମାଲିକମାନଙ୍କୁମାନଙ୍କୁ ଅଗ୍ରାଧିକାର ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ବାଜି ଚୌକ ସ୍ଥିତ ମେଡ଼ିକାଲରେ ୩କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାକୁ ସିଟି ହସ୍ପିଟାଲରେ ପରିଣତ କରାଯିବ ବୋଲି ସେ କରିଥିଲେ । ମେଡ଼ିକାଲ କଲେଜ ସ୍ଥାପନ ସହିତ ଦକ୍ଷିଣକାଳୀ-ମେଡ଼ିକାଲ ରାସ୍ତାର ପ୍ରଶସ୍ତକରଣ, ବନମାଳି ପ୍ରସାଦ ଠାରେ  ସ୍ପୋର୍ଟ କମ୍ପେକ୍ସ ନିର୍ମାଣ, ପ୍ରସ୍ତାବିତ ରିଙ୍ଗ୍ ରୋଡ ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ  ଆଶିଷ ଇଶ୍ୱର ପାଟିଲ , ଆରକ୍ଷୀ ଅଧିକ୍ଷକ  ଅଭିନବ ସୋନକର, ସଦର ଉପ ଜିଲ୍ଲାପାଳ ବିଭୁଧ ଗଡ଼ନାୟକଙ୍କ ସମେତ ସମସ୍ତ ପ୍ରମୁଖ ଶିଳ୍ପାନୁଷ୍ଠାନର କର୍ତ୍ତୃପକ୍ଷ, ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା ସମସ୍ତଙ୍କୁ ଧନ୍ୟବାନ ଅର୍ପଣ କରିିଥିଲେ ।