ବର୍ଷାରେ ଗଜପତି ବେହାଲ୍‌ : ମୃତକଙ୍କ ପାଇଁ ୪ ଲକ୍ଷର ଅନୁକମ୍ପା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ବେହାଲ ହୋଇଯାଇଛି । ଲଗାଣ ବର୍ଷା କାରଣରୁ ବନ୍ୟା ଓ ଭୂସ୍ଖଳନ ଭଳି ସ୍ଥିତି ଉପୁଜୁଛି । ଏଥିରେ ବସ୍ତ୍ରୀଗୁଡ଼ା ଗ୍ରାମ ପଞ୍ଚାୟତର ତ୍ରିନାଥ ନାୟକ ଓ ମେରିପଲ୍ଲୀ ଗ୍ରାମ ପଞ୍ଚାୟତର ଲକ୍ଷ୍ମଣ ନାୟକଙ୍କ ପ୍ରାଣହାନି ଘଟିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ପରିବାର ବର୍ଗଙ୍କ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଗଜପତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

2 dead, 2 missing as heavy rain wreaks havoc in Gajapati | Bhubaneswar News  - The Times of India