ଅଭିଯୋଗ ପାଇଁ ୧୦ କିମି ଚାଲିଲେ ଛାତ୍ରୀ

ସ୍ୱତନ୍ତ୍ର ପ୍ରତିନିଧି ପ୍ରୟାଗରାଜ କର :  ମୁଣ୍ଡ ଉପରେ ପରୀକ୍ଷା  । ହେଲେ ସ୍କୁଲରେ ଇଂରାଜୀ ଶିକ୍ଷକ ନାହାନ୍ତି  । ସେପଟେ ହଷ୍ଟେଲରେ ବି ନିମ୍ନମାନର ଖାଦ୍ୟ ଦିଆଯାଉଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବାରବାର ଅଭିଯୋଗ କଲେବି ସୁଫଳ ମିଳିନଥିଲା  । କେହି ସେମାନଙ୍କ କଥା ନବୁଝିବାରୁ ଶେଷରେ ଛାତ୍ରୀମାନେ ୧୦ କିମି ଚାଲିଚାଲି ପ୍ରତିବାଦ କରିଛନ୍ତି  । ଏଭଳି ଏକ ଘଟଣା ଖୁଣ୍ଟା ବ୍ଳକରେ ଦେଖିବାକୁ ମିଳିଛି  । 
ଖୁଣ୍ଟା ବ୍ଲକ କମଳି ଆଶ୍ରମ ବିଦ୍ୟାଳୟରେ ଇଂରାଜୀ ଶିକ୍ଷକ ନଥିବାବେଳେ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିଲା  । ଯାହାକୁ ନେଇ ଆଜି ସକାଳୁ ବିଦ୍ୟାଳୟର ୧୦ ଛାତ୍ରୀ ହଷ୍ଟେଲରୁ ବାହାରି ଅଭିଯୋଗ ଜଣାଇବା ପାଇଁ ୧୦ କିଲୋମିଟର ଚାଲି ଚାଲି ଆସି ପହଞ୍ଚିଥିଲେ ଖୁଣ୍ଟା ତହସିଲରେ  । ଆଗକୁ ପରୀକ୍ଷା ଥିବାବେଳେ ଆଜି ପର୍ଯ୍ୟନ୍ତ ଇଂରାଜୀ ଶିକ୍ଷକ ବିଦ୍ୟାଳୟରେ ନାହାନ୍ତି, ଯାହା ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ଶୀତୁଆ ସକାଳରେ ପ୍ରବଳ ଜାଡରେ ଛାତ୍ରୀମାନେ ଏପରି ଚାଲି ଚାଲି ଅଭିଯୋଗ ଜଣାଇବାକୁ ଆସିବା ବିଦ୍ୟାଳୟର ଅବ୍ୟବସ୍ଥାକୁ ପଦାରେ ପକାଇଦେଇଛି  ।