ସୁପର ସ୍ପେସାଲିଟି ବ୍ଲକ ଉଦଘାଟନ କରିବେ ଶାହ

ସମ୍ବଲପୁର:  କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୧ ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ଏହି ଗସ୍ତ ପାଇଁ ଆଜି ବୁର୍ଲା ଠାରେ ଭାରତୀୟ ଜନତା ପାର୍ଟିର ପଦାଧିକାରୀ, ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକ୍ରମ ଅନୁଯାୟୀ ଆସନ୍ତା ୨୧ ତାରିଖ ଝାରସୁଗୁଡ଼ା ବିମାନ ବନ୍ଦର ଠାରେ ପହଞ୍ଚô ବୁର୍ଲା ସ୍ଥିତ ଏମସିଏଲ ପ୍ରେକ୍ଷାଳୟକୁ ଆସି ରାତ୍ରି ରହଣୀ କରିବେ ।  ସାଧାରଣ ନିର୍ବାଚନ ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ । ଏହି ଜନସଭାରେ ଅସଂଖ୍ୟ ଲୋକଙ୍କ ସମାଗମର ସମ୍ଭାବନା ରହିଛି ।  ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସଫଳତା ପାଇଁ ଆଲୋଚନା ହୋଇଥିଲା । 
 ଭିମ୍ସାର, ବୁର୍ଲାର  ସୁପର୍ ସ୍ପେସାଲିଟି କୋଠାକୁ ଆସନ୍ତା ୨୨ ତାରିଖ ଦିନ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉଦ୍ଘାଟନ କରିବେ । ଏଠାରେ ସବୁପ୍ରକାର ଉନ୍ନତ ଚିକିସôା ସେବା ଯୋଗାଇବା ଲକ୍ଷ୍ୟରେ ସରକାର ବୁର୍ଲା ଭିମ୍ସାରରେ କାର୍ଯ୍ୟକ୍ଷମ କରିବାକୁ ଯାଉଛନ୍ତି ସୁପର ସ୍ପେସିଆଲିଟି ହସ୍ପିଟାଲ । ୨୭୨ ଶଯ୍ୟା ବିଶିଷ୍ଟ ସୁପର ସ୍ପେସାଲଟି ବ୍ଲକରେ କେନ୍ଦ୍ର ସରକାରଙ୍କ ୭୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ୩୦ ପ୍ରତିଶତ ପ୍ରତିଶତ ସହଯୋଗ ରହିଛି । ୨୭୨ ଶଯ୍ୟା ମଧ୍ୟରୁ ୨୨୨ଟି ସାଧାରଣ ଓ ୫୦ଟି ଆଇସିୟୁ ବେଡ୍ ବ୍ୟବସ୍ଥା ରହିବ । ପ୍ରାଥମିକ ଭାବେ ଏବେ କାର୍ଡିଓଲୋଜି, ନୁ୍ୟରୋଲୋଜି, ନୁ୍ୟରୋ ସର୍ଜରୀ, ୟୁରୋଲୋଜି, ନେଫ୍ରୋଲୋଜି, ପ୍ଲାଷ୍ଟିକ୍ ସର୍ଜରୀ, ପେଡିଏଟ୍ରିକ୍ ସର୍ଜରୀ ବିଭାଗ କାର୍ଯ୍ୟକ୍ଷମ ହେବ  । ସୁପର ସ୍ପେସିଆଲିଟି କୋଠା ଉଦଘାଟନ ସ୍ୱାଗତ ଯୋଗ୍ୟ ପଦକ୍ଷେପ କୁହାଯାଉଛି  ।