ଭୁଲ୍ ଇଞ୍ଜେକସନରେ ଶିଶୁ ମୃତୁ୍ୟ, କ୍ଳିନିକ୍ ସିଲ୍

ଭୁବନେଶ୍ୱର:  ଭୁଲ ଇଂଜେକସନରେ ୬ ମାସର ଶିଶୁ ମୃତ୍ୟୁ  ହୋଇଥିବା ଅଭିଯୋଗ ହୋଇଛି । କଳ୍ପନା ଛକ ସ୍ଥିତ ବୁଦ୍ଧନଗର ଏକ ଘରୋଇ କ୍ଲିନିକରେ ଏଭଳି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ଯାହାଫଳରେ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଅସୁସ୍ଥତା କାରଣରୁ ଶିଶୁଟିକୁ କ୍ଲିନିକ ଅଣାଯାଇଥିଲା । ଅଭିଯୋଗ ପରେ ସଂପୃକ୍ତ ଘରୋଇ କ୍ଲିନିକକୁ  ସିଲ୍ କରାଯିବା ସହ ଡାକ୍ତର ଓ ଫାର୍ମାସିଷ୍ଟକୁ ପୋଲିସ ଉଠାଇ ନେଇଛି । ଘଟଣା ସ୍ଥଳରେ ବଡଗଡ ଓ ଲକ୍ଷ୍ମୀସାଗର ଥାନା ପୋଲିସ ପହଁଞ୍ଚି କ୍ଲିନିକ ସିଲ୍ କରିବା ସହ ତଦନ୍ତ ଆରମ୍ଭ କରିଛି ।