ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ାା ପ୍ରଭାନୁ୍ୟଜ ।ା କଟକ: କଟକ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ରେଭେନ୍ସା କଲିଜିଏଟ ସ୍କୁଲ ସ୍ଥିତ ନେତାଜୀ ଅଡ଼ିଟୋରିୟମ ଠାରେ କଟକ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଉଦ୍ଘାଟିତ ହୋଇଯାଇଛି । ଏହି ମହୋତ୍ସବକୁ କଟକ ମହାନଗର ନିଗମ ମେୟର ସୁବାସ ସିଂହ ଉଦ୍ଘାଟନ କରିଥିଲେ । ରେଭେନ୍ସା କଲିଜିଏଟ ସ୍କୁଲକୁ ନେଇ କଟକ ଗର୍ବ ଅନୁଭବ କରିଥାଏ । କାରଣ ଏହି ଶିକ୍ଷା ଅନୁଷ୍ଠାନରୁ ଉକôଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁବାସ ଚନ୍ଦ୍ର ବୋଷ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ବହୁ ପ୍ରତିଷ୍ଠିତ ବିଚାରପତି ଏଠାରେ ସୃଷ୍ଟି ହୋଇଛନ୍ତି ବୋଲି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ । ସେହିପରି ମୁଖ୍ୟଅତିଥି ଭାବେ କଟକ ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର ଉତ୍ସବରେ ଯୋଗ ଦେଇ କହିଲେ ଯେ, ଇଚ୍ଛାଶକ୍ତି, ଦୃଢ଼ ମନୋବଳ ଓ ଆତ୍ମବିଶ୍ୱାସ ରହିଲେ ଛାତ୍ରଛାତ୍ରୀମାନେ ଜୀବନର ଶୀର୍ଷ ସ୍ଥାନରେ ପହଞ୍ଚô ପାରିବେ । କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ ମହୋତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥିସହିତ ଛାତ୍ରଛାତ୍ରୀମାନେ ବିଦ୍ୟା ସହ କ୍ରୀଡ଼ା ତଥା ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପ୍ରତିଭା ପ୍ରତିପାଦନ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ଶ୍ରୀ ସିନେ୍ଦ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତଙ୍କ ସଭାପତିତ୍ୱରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ସମାଜସେବୀ ଲଲାଟେନ୍ଦୁ ବଡ଼ୁ, ବ୍ଲକ ଶିକ୍ଷାଧିକାରୀ ଅଭିଜିତା ଭାସ୍କର, ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ନିରଞ୍ଜନ ସାହୁ, ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ରାମରାଜ ସିଂହ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଦେବ ତି୍ରପାଠୀ ପ୍ରମୁଖ ଯୋଗ ଦେଇ ଶିଶୁମାନଙ୍କ ଶାରିରୀକ ଓ ମାନସିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ମହୋତ୍ସବ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ବିଶ୍ୱନାଥ ମିଶ୍ରଙ୍କ ନିଦେ୍ର୍ଦଶନାରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅପରାହ୍ନରେ ଉଦ୍ୟାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ଓ ବାରବାଟୀ କଟକ ବିଧାୟିକା ସୋଫିଆ ଫିଦେ୍ର୍ଦାଷ ଯୋଗ ଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଅକ୍ଷୟ ଷଡଙ୍ଗୀ, ବିଶ୍ୱନାଥ ମିଶ୍ର ଏବଂ ଜିଲ୍ଲା ଜନଜାତି ସଂଯୋଜିକା ସୁଚିସ୍ମିତା ମହାନ୍ତି ସଂଯୋଜନା ଓ ସଂଚାଳନା କରିଥିଲେ । ଜିଲ୍ଲା ସମଗ୍ର ଶିକ୍ଷା ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ଓ କର୍ମଚାରୀ, ରେଭେନ୍ସା କଲିଜିଏଟ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ସିଆସିସିମାନେ ପ୍ରତ୍ୟେକ୍ଷ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର ମୂଲ୍ୟାୟନ ପାଇଁ ପ୍ରତିଷ୍ଠିତ ବ୍ୟକ୍ତିମାନେ ବିଚାରକ ଭାବରେ ଯୋଗ ଦେଇ ରାଜ୍ୟସ୍ତରୀୟ ସୁରଭି ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିଥିଲେ । ଶେଷରେ ରେଭେନ୍ସା କଲିଜିଏଟ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଗତି ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।