ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ
ାା ପ୍ରଭାନୁ୍ୟଜ ।ା ବାରଙ୍ଗ: ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ପରିକଳ୍ପିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ୧୧ତମ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱ ମାନବବାଦୀ, ଆଧ୍ୟାତ୍ମିକ ଗୁରୁ ତଥା ବିଶ୍ୱବିଦ୍ୟାଳୟର ଆଜୀବନ ସଭାପତି ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଉପସ୍ଥିତ ଥିଲେ । ଉକ୍ତ ସମାରୋହରେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ତଥା ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟଅତିଥି ଭାବରେ ଏବଂ ଆମେରିକୀୟ ନିବେଶକ ତଥା ଡ୍ରାପର ଆସୋସିଏଟସ୍ ଏବଂ ଡ୍ରାପର ଭେଞ୍ଚର ନେଟୱର୍କର ପ୍ରତିଷ୍ଠାତା ଡଃ. ଟିମ୍ ଡ୍ରାପର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଶ୍ରୀ ଶ୍ରୀ ଗୁରୁଦେବ ରବିଶଙ୍କର ତାଙ୍କ ଅଭିଭାଷଣରେ ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ସ୍ନାତକମାନଙ୍କୁ ପ୍ରେରଣା ଦେବା ସହ ଜ୍ଞାନ, କରୁଣା ଓ ସେବାର ଜୀବନ ଆପଣାଇବାକୁ ଅନୁରୋଧ କରିଥିଲେ । ମୁଖ୍ୟଅତିଥି ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ବିଶ୍ୱବିଦ୍ୟାଳୟର ଉନ୍ନତି ଏବଂ ବୈଶ୍ୱିକ ଶିକ୍ଷା କ୍ଷେତ୍ରରେ ଏହାର ଯୁଗାନ୍ତକାରୀ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ରଜିତା କୁଲକର୍ଣ୍ଣି ଓଡିଶାର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱସ୍ତରରେ ବିସ୍ତାର କରିବା ସହିତ ବିଶ୍ୱସ୍ତରୀୟ ପ୍ରତିଭାମାନଙ୍କୁ ଓଡିଶା ପ୍ରତି ଆକୃଷ୍ଟ କରିବାରେ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସୂଚନା ଦେଇଥିଲେ । କୁଳପତି ପ୍ରଫେସର ତେଜ ପ୍ରତାପ ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରି ଭବିଷ୍ୟତର ବିକାଶ ପାଇଁ ରଣନୈତିକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଏହି ସମାରୋହରେ ୧୭ ଜଣ ଉପାଧୁ୍ୟତ୍ତର, ୪୧୫ ଜଣ ସ୍ନାତକୋତ୍ତର ଓ ୧୪୨ ଜଣ ସ୍ନାତକଙ୍କୁ ମିଶାଇ ସମୁଦାୟ ୫୭୪ ଜଣ ବିଦ୍ୟାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରା ଯାଇଥିବା ବେଳେ ୩୧ ଜଣ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ସମାବେଶରେ ଓଡିଶାର ପ୍ରାୟ ସମସ୍ତ ଶିକ୍ଷା ପ୍ରତିଷ୍ଠାନରୁ ଦୁଇ ଶହରୁ ଅଧିକ ପଦାଧିକାରୀ ଅଂଶଗ୍ରହଣ କରିଥିଲେ ।