ଢେଙ୍କାନାଳ ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ
ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୁଦ୍ଧରେ ଆସିଛି ଅନାସ୍ଥା ପ୍ରସ୍ତାବ । ୩୦ ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକର ୨୬ ଜଣ ସଦସ୍ୟ ଉପଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ବ୍ଲକ ଅଧ୍ୟକ୍ଷାଙ୍କ ମନମାନି ଏବଂ ସରକାରୀ ଯୋଜନାକୁ ନେଇ ପକ୍ଷପାତିତା ହେଉଛି ବୋଲି ଅଭିଯୋଗ କରିବା ସହ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏ ନେଇ ଉପଜିଲ୍ଲାପାଳ ସମସ୍ତ ସଦସ୍ୟମାନଙ୍କୁ ଏକପତ୍ର ମାଧ୍ୟମରେ ଅବଗତ କରିବା ସହିତ ଆସନ୍ତା ନଭେମ୍ବର୧୬ ତାରିଖରେ ଢେଙ୍କାନାଳ ତହସିଲଦାରଙ୍କ ସଭାପତିତ୍ୱରେ ବ୍ଲକ ପରିସରରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଛନ୍ତି । ଉପଜିଲ୍ଲାପାଳ ଢେଙ୍କାନାଳ ସଦର ପଂଚାୟତ ସମିତିର ବର୍ତ୍ତମାନ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ଥାବ ଉପରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ ବୋଲି ପତ୍ର ସଂଖ୍ୟା ୬୪୧୨ରେ ସାଂସଦ ରୁଦ୍ର ନାରାୟଣ ପାଣି, ଢେଙ୍କାନାଳ ବିଧାୟକ ତଥା ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନାଙ୍କ ସମେତ ସମସ୍ତ ସମିତି ସଭୟ ଓ ସରପଞ୍ଚଙ୍କୁ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଗାଦିକୁ ବଂଚାଇବାକୁ ଅଧ୍ୟକ୍ଷା ନିଜ ନେତାଙ୍କ ନେତୃତ୍ୱରେ ଉଦ୍ୟମ ଚଲାଇଥିବାବେଳେ ବିଜେଡି ଓ ବିଜେପିର ସମର୍ଥôତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ନିଜ ଦଳୀୟ ନେତାଙ୍କ ନିଦେ୍ର୍ଦଶରେ ଅଜ୍ଞାତବାସକୁ ଚାଲିଯାଇଛନ୍ତି ।
ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପରେ ଢେଙ୍କାନାଳ ଜିଲ୍ଲାରେ ବିଜେଡିର ପରାଜୟ ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲାର ସମସ୍ତ ୪ବିଧାୟକ ସମେତ ସାଂସଦ ଆସନକୁ ବିଜେପି ଅକ୍ତିଆର କରିଛି । ତେବେ ବିଭିନ୍ନ ବ୍ଲକର ଅଧ୍ୟକ୍ଷ ପଦ ବିଜେଡି ଦଖଲରେ ଥିବାରୁ ସେଗୁଡିକୁ ବିଜେପି ନିଜ ଦଖଲକୁ ନେବା ପାଇଁ ଗୋଟି ଚାଳନା ଆରମ୍ଭ କରିଛି । ଗତ କିଛିଦିନ ତଳେ ଗନ୍ଦିଆ ବ୍ଲକର ଅଧ୍ୟକ୍ଷା ରୀନାରାଣୀ ଖଟୁଆ ତାଙ୍କ ସମର୍ଥକମାନଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଏବେ ବିଜେପି ନଜର ସଦର ବ୍ଲକ ଉପରେ ପଡିଛି । ଗତ ୨୦୨୨ରେ ବିଜେଡି ସମର୍ଥôତ ପ୍ରାର୍ଥୀ ରାଜଶ୍ରୀ ନାୟକ ନିଦ୍ୱନ୍ଦ୍ୱର୍ରେ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ଗତ କିଛି ଦିନ ତଳେ ସଦର ବ୍ଲକର ୨୪ ଜଣ ସରପଞ୍ଚ/ସମିତିସଭ୍ୟ ସଭ୍ୟା ବିଜେପିରେ ଯୋଗ ଦେଇଥିଲେ । ତେବେ ଏହି ଖବରକୁ ନେଇ କେବଳ ସଦର ବ୍ଲକରେ ନୁହେଁ ସାରା ଜିଲ୍ଲାରେ ରାଜନୈତିକ ପାଣିପାଗ ଗରମ ହୋଇ ଉଠିଛି । ବିଜେପି ବିଜେଡି ଉଭୟେ ସଂପ୍ରତି ରାଜନୀତି ସମୀକରଣକୁ ଓଲଟପାଲଟ କରିବା ପାଇଁ ରଣନୀତି ଆରମ୍ଭ କରିଦେଇଛନ୍ତି । ମ୍ୟାଜିକ ନମ୍ବର ଛୁଇଁବା ଲାଗିଅଜ୍ଞାତବାସରେ କେତେଜଣ ରହିଥିବାବେଳେ ୨୬ ଜଣ ସମତିସଭ୍ୟସଭ୍ୟା ଓ ସରପଞ୍ଚଙ୍କ ହସ୍ତାକ୍ଷର ସମ୍ବଳିତ ଆନାସ୍ଥା ଦାବିପତ୍ର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି ।