ଜ୍ୟୋତି କଳସ ରଥର ଗ୍ରାମ୍ୟ ଭ୍ରମଣ 

 ସାଲେପୁର: ସାଲେପୁରରେ ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ଜ୍ୟୋତିକଳସ ରଥ ଗ୍ରାମ୍ୟ ଭ୍ରମଣ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମା’ସାହେଶ୍ୱରୀ ମନ୍ଦିରରେ ଗାୟତ୍ରୀ ଦୀପ ଯଜ୍ଞ ଅନୁଷ୍ଠିତ କରାଯିବା ସହ ଜ୍ୟୋତି ରଥ ଜଗତର କଲ୍ୟାଣ ନିମନ୍ତେ ଧର୍ମରକ୍ଷା ସତ୍ୟଯୁଗର ଆହ୍ୱାନ ଭଳି ସ୍ଲୋଗାନ୍ ଗୀତ ସହିତ ଭଜନ କୀର୍ତ୍ତନ କରି ସାଲେପୁର ଅଞ୍ଚଳର ଲୁଣାହାର ଗ୍ରାମ ଭ୍ରମଣ କରି ପ୍ରଜ୍ଞାପୀଠରୁ ସାଲେପୁର ବଜାର ଦେଇ ସାହେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଜ୍ଞାପୀଠ ଟ୍ରଷ୍ଟବୋର୍ଡର ମୁଖ୍ୟ ଜ୍ୟୋସ୍ନାମୟୀ ସାହୁ, ଦେବାଶିଷ ଦାସ, ଭାସ୍କର ଚନ୍ଦ୍ର ବେହେରା, ପ୍ରମୋଦ ପୃଷ୍ଟି, ମନୋଜ ମହାପାତ୍ର, କେଶବ ଚନ୍ଦ୍ର ତରାଇ, ରାଜକିଶୋର ସାହୁ, ରଂଜିତା ସ୍ୱାଇଁ, ସଂଜିବ କୁମାର ସାହୁ, ଜ୍ୟୋସ୍ନାରାଣୀ ରାଉତ, ସତ୍ୟଭାମା, ପ୍ରଦୀପ୍ତ କୁମାର ଦାସ, ଘନଶ୍ୟାମ ପ୍ରଧାନ, ଜିତେନ୍ଦ୍ର ମାଟି ପ୍ରମୁଖ ଗାୟତ୍ରୀ ପରିବାରର ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ।