ବାଲି ମାଫିଆଙ୍କ ଦୌରାତ୍ମ୍ୟ : ପୂର୍ବ ସରକାରଙ୍କୁ ଦୋଷ ଦେଲେ ରାଜସ୍ବ ମନ୍ତ୍ରୀ

ବାଲି ମାଫିଆଙ୍କ ଦୌରାତ୍ମ୍ୟ : ପୂର୍ବ ସରକାରଙ୍କୁ ଦୋଷ ଦେଲେ ରାଜସ୍ବ ମନ୍ତ୍ରୀ

ବାଲି ମାଫିଆଙ୍କ ଦୌରାତ୍ମ୍ୟ ନେଇ ପୂର୍ବ ସରକାରଙ୍କୁ ଦୋଷ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କହିଲେ, ପୂର୍ବରୁ ରାଜସ୍ୱ ବିଭାଗରେ ଥିଲା ବାଲି । ହେଲେ କାହିଁକି ବାଲିକୁ ଅଲଗା କରି ଖଣି ବିଭାଗକୁ ଦେଲେ ପୂର୍ବ ସରକାର ଜଣାନାହିଁ । ବାଲି ଖଣିଜ ପଦାର୍ଥର ତାଲିକା ଭୂକ୍ତ ହେଲା କେମିତି? ବାଲି ଖନନ ହୁଏ ନାହିଁ, ସଂଗ୍ରହ ହୁଏ । ଏ ବିଷୟରେ ଅଧ୍ୟୟନ କରାଯାଉଛି । ବାଲି ଚୋରି ଅଭିଯୋଗ ମଧ୍ୟ ହସ୍ତଗତ ହୋଇଛି । ଆଇନ ଉଲଂଘନର ଅଭିଯୋଗ ମଧ୍ୟ ଆସୁଛି । ବାଲି ପରିବହନ ବେଳେ ବଡ଼ ବଡ଼ ଗାଡ଼ି ଦ୍ଵାରା ରାସ୍ତା ଖରାପ ହେଉଛି । ଜଳ ସମ୍ପଦ ବିଭାଗର ମଧ୍ୟ ମତ ନିଆଯାଇଛି । ବାଲି ଚୋରି ରୋକିବା ସହ ଆବଣ୍ଟନ ବ୍ୟବସ୍ଥିତ କରିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ମନ୍ତ୍ରୀ କହିଛନ୍ତି ।