୬ ବର୍ଷ ପାଇଁ ସୁର ବିଦା

SURESH ROUTRAY

୬ ବର୍ଷ ପାଇଁ ସୁର ବିଦା

ମୋ ପ୍ରତି ଅନ୍ୟାୟ ହୋଇଛି : ସୁର

ଭୁବନେଶ୍ୱର : ସବୁବେଳେ ‘କଂଗ୍ରେସ କମିଙ୍ଗ, କଂଗ୍ରେସ କମିଙ୍ଗ’ ବୋଲି ନାରା ଦେଇ ଆସୁଥିବା ବରିଷ୍ଠ ନେତା ସୁରେଶ ରାଉତରାୟଙ୍କୁ ଦଳରୁ ବିଦା କରାଯାଇଛି  । ତାଙ୍କୁ ୬ ବର୍ଷ ପାଇଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି  । ଏନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି  ।

ଗତ କିଛିଦିନ ଧରି ସୁରଙ୍କୁ ନେଇ କଂଗ୍ରେସ ଅଳିନ୍ଦରେ ଜୋରଦାର ଚର୍ଚ୍ଚା ହେଉଥିଲା  । ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସୁର ପୂର୍ବରୁ ଘୋଷଣା କରିଥିବାବେଳେ ତାଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡ଼ି ସାଂସଦ ପ୍ରାର୍ଥୀ କରିଛି  । ସେ କଂଗ୍ରେସରେ ଥିଲେବି ତାଙ୍କ ପୁଅ ମନ୍ମଥଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ  । ମନ୍ମଥ ଯେଉଁଦଳରେ ଥାଆନ୍ତୁନା କାହିଁକି ତାଙ୍କୁ ଆମେ ସମସ୍ତେ ମିଳିମିଶି ଜିତାଇବା ବୋଲି ସୁର ନିଜର ସମର୍ଥକମାନଙ୍କୁ ଆହ୍ୱାନ ଦେଇଥିଲେ  । ଗଣମାଧ୍ୟମରେ ଏହି ଭିଡ଼ିଓ ମଧ୍ୟ ଭାଇରାଲ୍‌ ଦେଇଥିଲା  । ଅପରପକ୍ଷରେ କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ସୁରଙ୍କୁ କାରଣଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରାଯାଇଥିଲା  ।

ଦଳରୁ ବିଦା ହେବା ପରେ ସୁର କହିଛନ୍ତିଯେ, ମୋ ପ୍ରତି ଅନ୍ୟାୟ କରାଯାଇଛି  । ମୋ ପୁଅ ବିଜେଡ଼ିରେ ମିଶିଲା, ହେଲେ କଂଗ୍ରେସ ମୋତେ ଦଳରୁ ବାହାର କରିଦେଲା  । ଏହା ଅତ୍ୟନ୍ତ ଅନ୍ୟାୟ, ସେମାନଙ୍କୁ ଲଜ୍ଜା ଲାଗିବା କଥା  । ଏନେଇ ସେ ହାଇକମାଣ୍ଡଙ୍କୁ ପତ୍ର ଲେଖି ଜଣାଇବେ ବୋଲି କହିଛନ୍ତି  ।