ଖୋଲିବ ଗୁମର, ପୁଣି ଫସିବେ ବିଜେଡି ନେତା ବବି ଦାସ!

ଭୁବନେଶ୍ୱର : ଖୋଲିବ ଗୁମର। ପୁଣି ଫସିବେ ବିଜେଡି ନେତା ବବି ଦାସ। ଭାଜପା ସରକାର ବବିଙ୍କ ଉପରେ କଡ଼ା ଆକ୍ସନ ନେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଭାଜପା ବିଧାୟକ ପଦ୍ମଲୋଚନ ପଣ୍ଡା ଏନେଇ କିଛି ଭିତିରି କଥା ସିଧା ସିଧା ସାମ୍ବାଦିକଙ୍କ ସାମ୍ନାରେ କହିଛନ୍ତି।
ସେ କହିଛନ୍ତି ଯେ, ପାରାଦୀପରେ ବ୍ଲାକ୍ରୋଜ୍ ଜାହାଜ ବୁଡ଼ିବା ମାମଲାରେ ବବି ଫସିବେ। ଉକ୍ତ ଜାହାଜର ପରମିଟ୍ ଥିଲା କି ନାହିଁ, ଲାଇସେନ୍ସ ଥିଲା କି ନାହିଁ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ସରକାର ଏହା ଉପରେ ଖୁବ୍ଶୀଘ୍ର ପଦକ୍ଷେପ ନେବେ। ଏହି ଜାଜାଜ ବୁଡ଼ି ଘଟଣାରେ ଦୁର୍ନୀତିର ହିସାବ ନାହିଁ। ଏଯାଏ କାହିଁକି ସିବଆଇ ତଦନ୍ତ ହେଉନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ୨୦୨୨ରେ ସୂଚନା ଅଧିକାରକର୍ମୀଙ୍କୁ ଦିଆଯାଇଥିବା ଉତ୍ତରରେ ଏନେଇ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।୨୦୧୮ରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏବଂ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଘଟଣାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖାଯାଇଥିଲା। ମାମଲାର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ସିବିଆଇ ମାମଲାର ତଦନ୍ତ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥିଲା।