୨୦ ଯାଏଁ ସ୍କୁଲ ଛୁଟି
School

ଭୁବନେଶ୍ୱର : ତତଲା କଡେ଼ଇରେ ଏବେ ସାରା ରାଜ୍ୟ । ଘରୁ ପଦାକୁ ବି ବାହାରି ହେଉନାହିଁ । ଦେହ ହାତ ଜଳିଯାଉଛି । ସ୍କୁଲରେ ବି ପିଲାମାନେ ଖରାରେ ଛଟପଟ ହେଉଛନ୍ତି । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ୨୦ ପର୍ଯ୍ୟନ୍ତ ସ୍କୁଲ ଛୁଟି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ରାମନବମୀ ପାଇଁ ସ୍କୁଲ ଛୁଟି ଅଛି । ତେଣୁ ୧୮ରୁ ୨୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ।