ପ୍ରଧାନମନ୍ତ୍ରୀ କହିଲେ, ଶୁଭାଂଶୁଙ୍କ ପାଇଁ ଦେଶ ଗର୍ବିତ

ଶୁଭାଂଶୁଙ୍କ ସଫଳ ଅବତରଣ । ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂରା ଟିମକୁ ମୋଦୀ ଜଣାଇଲେ ଅଭିନନ୍ଦନ । କହିଲେ, ଶୁଭାଂଶୁଙ୍କ ପାଇଁ ଦେଶ ଗର୍ବିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କର ଐତିହାସିକ ମହାକାଶ ଯାତ୍ରାକୁ ଭୂୟସୀ ପ୍ରଶଂସା କରିଛନ୍ତି । ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲେ ଏବଂ ଏହି ଉପଲବ୍ଧି ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମହାକାଶରେ ଭାରତର ପତାକା ଉତ୍ତୋଳନ କରିଥିବାରୁ ଶୁଭାଂଶୁଙ୍କୁ ସମଗ୍ର ଦେଶବାସୀଙ୍କ ତରଫରୁ ଶୁଭେଚ୍ଛା ଜଣାଇଥିଲେ । ଶୁଭାଂଶୁ ଶୁକ୍ଳା, ଯିଏକି ଆକ୍ସିଅମ୍-୪ ମିସନର ପାଇଲଟ ଭାବରେ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିଥିଲେ, ସେ ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି ଆଇଏସଏସରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ଯାତ୍ରାକୁ ଭାରତର ଗଗନଯାନ ମିସନର ସଫଳତାର ପ୍ରଥମ ଅଧ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, "ଆମକୁ ମିସନ ଗଗନଯାନକୁ ଆଗକୁ ନେବାକୁ ହେବ, ଆମକୁ ନିଜସ୍ୱ ମହାକାଶ କେନ୍ଦ୍ର ନିର୍ମାଣ କରିବାକୁ ହେବ ଏବଂ ଭାରତୀୟ ମହାକାଶଚାରୀମାନଙ୍କୁ ଚନ୍ଦ୍ରରେ ଅବତରଣ କରିବାକୁ ହେବ ।