କଣ୍ଟାବାଞ୍ଝିରୁ ଲଢ଼ିବେ ନବୀନ !
Naveen Pattanaik Biju Janata Dal VK Pandian
ଭୁବନେଶ୍ୱର : ଏଥର ପୁଣି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ୨୦୧୯ରେ ନବୀନ ନିଜର ପାରମ୍ପରିକ ହିଞ୍ଜିଳି ବିଧାନସଭା ଆସନ ସହ ବିଜେପୁରରୁ ନିର୍ବାଚନ ଲଢ଼ିଥିଲେ । ଯାହାଫଳରେ ପଶ୍ଚିମ ଓଡ଼ିଶାରେ ମୋଦିଙ୍କ ହାୱା ଥିଲେବି ବିଧାନସଭା ନିର୍ବାଚନରେ ବିଜେଡ଼ି ଭଲ ପ୍ରଦର୍ଶନ କରିଥିଲା । ଏବେ ମଧ୍ୟ ମୁଖ୍ୟମନ୍ତ୍ରୀ ସମାନ ରଣନୀତି କରିବାକୁ ଯାଉଛନ୍ତି । ସେ ହିଞ୍ଜିଳିରୁ ଲଢ଼ିବା ନିଶ୍ଚିତ ହୋଇସାରିଥିବାବେଳେ କଣ୍ଟାବାଞ୍ôଝରୁ ବି ପ୍ରାର୍ଥୀ ହେବେବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବଲାଙ୍ଗୀରରେ ଦଳକୁ ମଜବୁତ କରିବା ସହ ବିଜେପିକୁ ଅଟକାଇବା ପାଇଁ ନବୀନ ଏଭଳି ରଣନୀତି କରିଥିବା କୁହାଯାଉଛି । ସେହିପରି ସମ୍ବଲପୁର ଓ ରେଢ଼ାଖୋଲ ବିଧାନସଭା ଆସନ ଟିକେଟ ବି ବିଜେଡ଼ି ବଦଳାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସମ୍ବଲପୁର ଟିକେଟକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୁଷ୍ଟ ରହିଛନ୍ତି ।