ରାସ୍ତାର ଦୂରବସ୍ଥାକୁ ନେଇ ରାସ୍ତାରୋକ ଆନ୍ଦୋଳନ

କପ୍ତିପଦା : ମହିଷାସୁରୀ-ପଦ୍ମପୋଖରୀ ମୁଖ୍ୟରାସ୍ତାର ମହିଷାସୁରୀ ଅସନ ଛକ ଠାରେ ରାସ୍ତାର ଦୂରାବସ୍ଥା ନେଇ ରାସ୍ତାରୋକ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ରାସ୍ତାରୋକ ଆନ୍ଦୋଳନ ଯୋଗୁଁ କପ୍ତିପଦାରୁ ଔପଦା, ଖଇରା, ସୋର, ଭଦ୍ରକ ଯାଉଥିବା ବସ୍‌ ଏବଂ ୪ଚକିଆ ଯାନଗୁଡ଼ିକ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା । ଯାହାଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା । ଖବର ପାଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସୁପରିଟେଣ୍ଡିଙ୍ଗ୍‌ ଇଂଜିନିୟର ସତ୍ୟବ୍ରତ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡା, କନିଷ୍ଠ ଯନ୍ତ୍ରୀ ରାମଦାସ ମାଝୀ ଘଟଣାସ୍ଥଳରେ ପହଞ୍ôଚ ଜନସାଧାରଣଙ୍କ ସହିତ ଆଲୋଚନା କରିବା ସହିତ ଖୁବ୍‌ଶୀଘ୍ର ରାସ୍ତାର ମରାମତି କରାଯିବାର ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ସମୟରେ ରାସ୍ତାରୋକ ଆନ୍ଦୋଳନ ହଟିଥିଲା । ଏହି ଆନ୍ଦୋଳନରେ ଅଞ୍ଜନ କୁମାର ମହାନ୍ତି, ସଚ୍ଚିନ୍ଦ୍ର ଖାଲପାଳିଆ, ରଜତ ନାଏକ, ବିରଞ୍ôଚ ନାରାୟଣ ପାତ୍ର, ବିଚିତ୍ର ରାଉତ, ଯୋଗେନ୍ଦ୍ର ବିଶ୍ୱାଳ, ରାକେଶ ବିଶ୍ୱାଳ, ରମାକାନ୍ତ ରାଉତ, କୁନା ସେଠୀ, ପୁପୁନ୍‌ ବିଶ୍ୱାଳ, ଦୀପକ ବିଶ୍ୱାଳ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣମାନେ ଧାରଣାରେ ସାମିଲ ହୋଇଥିଲେ । ଉଲ୍ଲେଖଯୋଗ୍ୟ, ଉକ୍ତ ରାସ୍ତାଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କିଛି ଦିନ ପୂର୍ବରୁ ନିର୍ମାଣ ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଓ ମରାମତିର ଅଭାବ ଯୋଗୁଁ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇ କୃତ୍ରିମ ଗର୍ତ୍ତ ସୃଷ୍ଟି ହୋଇ ଛୋଟବଡ଼ ଦୁର୍ଘଟଣାମାନ ସୃଷ୍ଟି ହୋଇଥିଲା । ଉକ୍ତ ରାସ୍ତା ଦେଇ ଶାଳଚୁଆ, ମଝିଗଡ଼ିଆ, ରାମଚନ୍ଦ୍ରପୁର, କଳମଗଡ଼ିଆ ମାଙ୍କଡ଼ପଡ଼ା ପଞ୍ଚାୟତର ୫୦ରୁ ଊଦ୍ଧ୍ୱର୍ ଗ୍ରାମର ଜନସାଧାରଣ ନିର୍ଭର କରି ଚଳିଥାନ୍ତି । ତେବେ ଉକ୍ତ ରାସ୍ତା ସମସ୍ୟାର ସମାଧାନ ନ ହେଲେ ଖୁବ୍‌ଶୀଘ୍ର ଗ୍ରାମବାସୀ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଲିଖିତ ଦୃଷ୍ଟି ଆକର୍ଷଣ କରିଥିଲେ ।