ଦାନାର ପ୍ରକୋପ, ଚୋରଙ୍କ ପ୍ରାଦୁର୍ଭାବ

ଦାନାର ପ୍ରକୋପ, ଚୋରଙ୍କ ପ୍ରାଦୁର୍ଭାବ

ସାରସକଣା: ମୟୂରଭଞ୍ଜ ଜିଲ୍ଲାରେ ପୂର୍ବ ସୂଚନା ମୁତାବକ ସେପରି କୌଣସି ପ୍ରଭାବ ବାତ୍ୟା ଦାନା ପକାଇ ପାରିନାହିଁ । ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଦାନା ଦୁର୍ବଳ ହୋଇଯାଇଥିଲା । ମାତ୍ର ସରକାରଙ୍କ ନିଦେ୍ର୍ଦଶ ମୁତାବକ ଜିଲ୍ଲାପ୍ରଶାସନ ସମସ୍ତ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ବାତ୍ୟା ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ ପୂର୍ବକ ମାତ୍ରାଧିକ ଆଶ୍ରୟ ସ୍ଥଳୀ କରି ହଜାର ହଜାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇଥିଲେ । ରହିବା ପାଇଁ ବ୍ୟବସ୍ଥା କରିବା ସହିତ ସେମାନଙ୍କ ଖାଇବାପାଇଁ ଖାଦ୍ୟ, ପାନୀୟ ଜଳ, ଔଷଧ ପରି ମୌଳିକ ବ୍ୟବସ୍ଥା କରିଥିଲେ । ସେହିପରି ସାରସକଣା ବ୍ଲକ ରେ ମଧ୍ୟ ପ୍ରତ୍ୟେକ ପଞ୍ଚାୟତରେ ଏକାଧିକ ଆଶ୍ରୟସ୍ଥଳ କରାଯାଇ, ଲୋକଙ୍କୁ ଥଇଥାନ କରାଯାଇଥିଲା । ମାତ୍ର ଦୁଃଖର ବିଷୟ, ବିପଦ ସମୟରେ ମଧ୍ୟ ଚୋରଙ୍କ ପ୍ରଭାବ ଅଟକିନଥିଲା । ଲୋକେ ଜୀବନ ବଞ୍ଚାଇବାକୁ ସୁରକ୍ଷିତ ସ୍ଥାନରେ ମୁଣ୍ଡ ଟିକକ ଗୁଞ୍ଜି ଥିବା ବେଳେ, କାଳ ରାତ୍ରିରେ ଚୋର ନିଜର ଇଚ୍ଛା ପୂରଣ କରିବାକୁ ବିଭିନ୍ନ ଲୋକଙ୍କ ଘରେ ଚୋରୀ କରିଥିବା ଜଣାଯିବା ମଣିଷ ସମାଜ ପାଇଁ ଏକ ଲଜ୍ୟା ଜନକ ବାର୍ତ୍ତା । ଏଭଳି ଲଜ୍ୟାକର ଘଟଣା ଦେଖିବାକୁ ମିଳିଛି, ସାରସକଣା ବ୍ଲକ ସ୍ଥିତ ଜାଲଦା ପଞ୍ଚାୟତରେ । ଦେଉଳି ଗ୍ରାମର ପ୍ରଶାନ୍ତ ମହାନ୍ତଙ୍କ ଘର ନିର୍ମାଣାଧୀନ ରହିଥିବାରୁ ପଡୋଶୀ ଘରେ ଛୋଟ ଛୁଆ ଦୁଇଟିକୁ ନେଇ ସ୍ୱାମୀ ସ୍ତ୍ରୀ ରାତ୍ରିରେ ଆଶ୍ରୟ ନେଇଥିଲେ ବାତ୍ୟା ଦାଉରୁ ରକ୍ଷା ପାଇବା ପାଇଁ ହେଲେ ସକାଳୁ ଉଠି ଦେଖିବା ପରେ ଭଙ୍ଗା ଘରର ପଛପଟ ଭାଙ୍ଗି ଘରକୁ ପଶି ଚୋର ଆଲମିରା ଭାଙ୍ଗି ସୁନା କାନଫୁଲ ଦୁଇ ହଳ,ଛୁଆର ସୁନା ପଦୁକ ଗୋଟିଏ, ରୁପା ହାର ଗୋଟିଏ, ପାଉଁଜି ତିନି ହଳ, ନାକ ଫୁଲି ଚାରିଟା, ଝୁଣ୍ଟିଆ ପାଞ୍ଚ ହଳ, ଏବଂ ଘର ନିର୍ମାଣ କରିବା ପାଇଁ ଧାର କରଜ କରିବା ସହ ସୁଭଦ୍ରା ଟଙ୍କା ମିଶାଇ ରଖାଯାଇଥିବା ୪୦ହାଜର ଟଙ୍କା ସହ ଆସବାବପତ୍ର ଚୋରୀ ହୋଇଥିବା ନେଇ ଝାରପୋଖରୀଆ ଥାନାରେ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ମହାନ୍ତ । ସେହିପରି ଦେଉଳି ଗ୍ରାମର ବିନୋଦ ଚନ୍ଦ୍ର ମହାନ୍ତ କାମ କରିବାକୁ ବାହାରକୁ ଯାଇଥିବାବେଳେ, ଗତକାଲି ରାତିରେ ଚୋର ତାଙ୍କ ଘରେ ମଧ୍ୟ ଚୋରୀ ଉଦ୍ୟମ କରିଥିଲେ । ହେଲେ ତାଙ୍କ ସାନଭାଇ ଉପରେ ହଟାତ ଟ୍ରଚ ଲାଇଟ ପଡିବାରୁ ସେ ଉଠି ଦେଖିଥିଲେ ଅନ୍ୟ କେହି ଘରେ ପଶିଥିଲେ । ବାହାରକୁ ଯାଇ ଦେଖିବାରୁ ବାହାରପଟୁ କବାଟ ତାଲା ଭଙ୍ଗା ଯାଇଛି ସେତେବେଳକୁ ରାତି  ୧.୩୦ହୋଇଥାଏ  । ଚୋରର ଉଦ୍ୟମ ବିଫଳ ହୋଇଥଲା । ସେହିପରି ଦେଉଳି ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ଘରେ ମଧ୍ୟ ଚୋରୀ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଚନ୍ତି । ପନିପୋଷି ଗ୍ରାମରେ ମଧ୍ୟ ଚୋରୀ ହେଉଥିବା ଶୁଣାଯାଇଥିଲା ହେଲେ ଖବର ଲେଖାହେବା ପର୍ୟ୍ୟନ୍ତ ଝାରପୋଖରୀଆ ଥାନାରେ କେବଳ ଗୋଟିଏ ଚୋରୀ ଅଭିଯୋଗ ହୋଇଥିବା ଏସଆଇ ମୋନାଲିସା ବେହେରା ପ୍ରକାଶ କରିଛÿନ୍ତି  ।