ଗୁରୁକୁଳ ବିଦ୍ୟାଳୟର ବାର୍ଷିକୋତ୍ସବ

କପ୍ତିପଦା:  କପ୍ତିପଦା ସ୍ଥିତ ଶିକ୍ଷାଶ୍ରୀ ଗୁରୁକୁଳ ବିଦ୍ୟାଳୟର ଅଷ୍ଟମ ବାର୍ଷିକୋତ୍ସବ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଧର ଶତପଥୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଇଓ ଦୀପକ ମିଶ୍ର, ସମ୍ମାନିତ ଅତିଥିଭାବେ କ୍ରୀଡସ୍ ଅଲିମ୍ପିୟାଡ ଭବୁନେଶ୍ୱରର ସଭାପତି ଗୁରୁପ୍ରସାଦ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ବିଶିଷ୍ଠ ଶିକ୍ଷାବିତ୍ ନିରଂଜନ ପରିଡା, ନିମନ୍ତ୍ରିତ ଅତିଥିଭାବେ ଶିକ୍ଷକ ଗୋଲକ ଚନ୍ଦ୍ର ବେଜ୍ ତଥା ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବନ୍ଦିତା ସେନାପତି  ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଧନବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାଇସ୍ ପ୍ରିନସ୍ପାଲ ମମତା ଦୀକ୍ଷିତ, ବରିଷ୍ଠ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରିୟଙ୍କା ବାରିକ୍, ରେଖା କିରଣ, ପଦ୍ମିନୀ ପୁହାଣ, ବନିତା ବେହେରା, ମୀନତି ମିଶ୍ର, ସ୍ୱର୍ଣ୍ଣଲତା ଦାସ, ଜ୍ୟୋତିରେଖା ବେହେରା, ତପସ୍ୱନୀ ବେହେରା ଓ ନବଘନ ପରିଡା ପ୍ରମୁଖ ସହଯୋଗ କରିଥିଲେ ।