ଗାଁ ଦାଣ୍ଡରୁ ଲିଭିବାକୁ ବସିଲାଣି ଲାଇଟ୍
ଯଖପୁରା : ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଭିନ୍ନ ଯୋଜନା ମାଧ୍ୟମରେ ଗାଁ ମାନଙ୍କର ବିକାଶ କରାଯାଉଛି । କିନ୍ତୁ ଏମିତି କିଛି ଯୋଜନା ରହିଛି ଯାହା ମାଧ୍ୟମରେ ଲୋକଙ୍କ ପାଖରେ ସୁବିଧା କମ୍ ହରିଲୁଟ ଅଧିକ ହେଉଛି । ପୂର୍ବ ସରକାର ସମୟରେ ଦାନଗଦୀ ବ୍ଲକ୍ର ସମସ୍ତ ପଞ୍ଚାୟତର ଗାଁ ମାନଙ୍କରେ ସହରର ଭ୍ରମ ସୃଷ୍ଟି କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଆଲୋକୀ କରଣର ବ୍ୟବସ୍ଥା କରାଯାଇଥିଲା। ସମସ୍ତ ପଞ୍ଚାୟତର ଗାଁ ମାନଙ୍କରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ଲାଇଟ୍ ଲଗା ଯିବାର ବ୍ୟବସ୍ଥା କରାଯାଇଥିଲା । ଗାଁକୁ ସରସ ସୁନ୍ଦର କରିବା ପାଇଁ ପ୍ରୟାସ କରାଯାଇଥିଲା । ରାତି ସମୟରେ ଲୋକମାନେ ଯେପରି ସୁବିଧାରେ ଚଳପ୍ରଚଳ, କରିପାରିବେ ତା ଉପରେ ଜୋର୍ ଦେଇ ଏହି ବ୍ୟବସ୍ଥା କରାଯାଇଥିଲା । ରାଜ୍ୟର ସମସ୍ତ ଗାଁ ମାନଙ୍କରେ ସହରର ଭ୍ରମ ସୃଷ୍ଟି ହୋଇଥିଲା । ଫଳରେ ଗ୍ରାମ ମାନଙ୍କୁ ଆଲୋକୀକରଣ କରାଯାଇଥିଲା ।
ଗ୍ରାମରେ ଅଲୋକୀକରଣକୁ ଦେଖି ଗ୍ରାମବାସୀ ଖୁସି ବ୍ୟକ୍ତ କରିଥିଲେ । ଏମିତିକି ରାତି ସମୟରେ ଗ୍ରାମରେ କାର୍ଯ୍ୟ କରିବା ସୁବିଧା ହେଉଥିଲା । ଗ୍ରାମରେ ଆଲୋକୀକରଣ ପାଇଁ ଅନେକ ଅସାମାଜିକ କାର୍ଯ୍ୟ କଳାପ ବନ୍ଦ ହୋଇଯାଇଥିଲା । ଅନ୍ଧାର ରାତିରେ ଯେଉଁ ସବୁ ଅସାମାଜିକ କାର୍ଯ୍ୟ ହେଉଥିଲା ତାହା କେତେକାଂଶରେ ବନ୍ଦ୍ ହୋଇଯାଇଥିଲା । ରାତ୍ରରେ ଚୋରି ଡକାୟତି ଗାଁ ମାନଙ୍କରୁ ହ୍ରାସ ପାଇଥିଲା । ବୁଲା କୁକୁରଙ୍କ ପ୍ରଭାବରୁ ଲୋକମାନେ ସୁବିଧା ପାଉଥିଲେ । ଛୋଟ ଛୋଟ ପିଲା ସନ୍ଧ୍ୟା ସମୟରେ ନିର୍ଭୟରେ ଗାଁ ଦାଣ୍ଡରେ ଚାଲି ଚାଲି ଟ୍ୟୁସନ୍ ଯାଇପାରୁଥିଲେ । ଏମିତିକି ଗ୍ରାମର ଯୁବକ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଆଲୋକୀକରଣ ପାଇଁ ସୁବିଧା ସୁଯୋଗ ପାଇଥିବାର ଦେଖିବାକୁ ମିଳିଥିଲା । ମାତ୍ର ସେହି ବ୍ୟବସ୍ଥା ଏବେ ଆସ୍ତେ ଆସ୍ତେ ବୁଡ଼ିବକୁ ବସିଲାଣି । ଗାଁ ଦାଣ୍ଡରେ ପୁଣି ଅନ୍ଧାର ମାଡି ଆସିଲାଣି । ଗାଁ ଦାଣ୍ଡ ସବୁ ଯଥା ପୂର୍ବ ତଥା ପରଂ ହୋଇ ରହିଛି । କାରଣ ଗାଁ ଦଣ୍ଡରୁ ଆଲୋକ ହଜିଗଲାଣି । କାରଣ ସାଜିଛି ଅନେକ ବିଦ୍ୟୁତ୍ ଖୁଣ୍ଟରୁ ଲାଇଟ୍ ଲିଭିଗଲାଣି । ସରକାର ତ ଯୋଜନା କରିଦେଉଛନ୍ତି କିନ୍ତୁ ତାକୁ ତଦାରଖ କରୁନାହାଁନ୍ତି । ଫଳରେ ଠିକାଦାର ନିମ୍ନମନର ଲାଇଟ୍ ସବୁ ଲଗାଇ କୋଟି କୋଟି ଟଙ୍କା ଲୁଟି ନେଲା ମାତ୍ର ଲାଇଟ୍ ସବୁ କିଛି ଦିନ ପରେ ଖରାପ ହୋଇ ପଡ଼ିଲା । ତାର ମରାମତି କରିବା ବ୍ୟବସ୍ଥା ଠିକାଦାର ଉପରେ ଥିବା ସତ୍ୱେ ଠିକାଦାର ଖରାପ ଲାଇଟ୍କୁ ସବୁ ସଜାଡୁ ନାହାଁନ୍ତି । ଫଳରେ ଗାଁ ଦାଣ୍ଡ ଏବେ ଅନ୍ଧାର । ପୂର୍ବ ପରି ଲୋକମାନେ ହଇରାଣ ହରକତ ହେଉଛି । ପୁଣି ଗ୍ରାମ ମାନଙ୍କରେ ଚୋରି ଡକାୟତି ବଢୁଛି । ଗ୍ରାମ ମାନଙ୍କରେ ଅସାମାଜିକ ବ୍ୟକ୍ତିଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ତୁରନ୍ତ ଏହା ଉପରେ ଦୃଷ୍ଟି ଦେଇ ପ୍ରଶାସନ ପୁନର୍ବାର ଗାଁ ଦାଣ୍ଡକୁ ଆଲୋକୀକରଣ କରାଇଲେ ଗ୍ରାମବାସୀ ସୁବିଧା ପାଇବେ । ବିଦ୍ୟୁତ୍ ଖୁଣ୍ଟ ମାନଙ୍କରୁ ଲିଭି ଯାଇଥିବା ଲାଇଟ୍କୁ ଠିକ୍ କରିବା ପାଇଁ ଦାବି ହୋଇଛି ।