ଟ୍ରକ ଡାଲାରେ ଶ୍ରମିକ ଗାଡିକୁ ଅଟକାଇଲେ ଯୁବକ
କାଳିଆପାଣି : କାଳିଆପାଣି ଅଞ୍ଚଳରେ ଶ୍ରମିକମାନେ ଟ୍ରକ ଡାଲାରେ ବସି କାମ କରିବାକୁ ଯିବାର ଦୃଶ୍ୟ ଗତ କିଛିଦିନ ଧରି ଲଗାତାର ଦେଖିବାକୁ ମିଳୁଛି । ବିଶେଷକରି ବର୍ତମାନ ଚାଷକାମ କରୁଥିବା ଛୋଟ ଛୋଟ ବାଳିକା ଏବଂ ମହିଳା ଶ୍ରମିକା ମାନେ ବିଭିନ୍ନ ସ୍ଥାନକୁ ଚାଷକାମ କରିବାକୁ ଯାଉଛନ୍ତି । ଏହାର ସୁଯୋଗ ନେଇ ଢେଙ୍କାନାଳ, କେନ୍ଦୁଝର, ଯାଜପୁର ଏବଂ ଭୁବନ ଅଞ୍ଚଳର ଦଲାଲ ବିଭିନ୍ନ ପ୍ରକାର ଟ୍ରକ ଡାଲାରେ ଅସୁରକ୍ଷିତ ଅବସ୍ଥାରେ ବୋଝେଇ କରି ନେଇଯାଉଥିବାର ଦେଖିବାକୁ ମିଳିଛି । ଆଜି ଢେଙ୍କାନାଳ ଜିଲ୍ଲା ଜିରାଳ ଅଞ୍ଚଳର କିଛି ବ୍ୟକ୍ତି ଏକ ମିନିଟ୍ରକ ଡାଲାରେ ପ୍ରାୟ ୪୦ଜଣ ମହିଳା ଏବଂ ଯୁବତୀଙ୍କୁ ନେଉଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ସ୍ଥାନୀୟ ଯୁବକ ଉକ୍ତ ଟ୍ରକଟିକୁ ଚିଙ୍ଗୁଡିପାଳ ପଞ୍ଚାୟତର ରଙ୍ଗମାଟିଆ ଛକ ନିକଟରେ ଅଟକାଇ ଥିଲେ । କାଳିଆପାଣି ପୁଲିସ ଘଟଣାସ୍ଥଳକୁ ଆସୁଥିବାର ଖବର ପାଇ ଡ୍ରାଇଭର ଟ୍ରକ ଡାଲାରେ ଥିବା ମହିଳା ମାନଙ୍କୁ ଓହ୍ଲାଇ ଖସି ପଳାଇଥିଲା । କାଳିଆପାଣି ଅଂଚଳରେ ଏହିପରି ବିଭିନ୍ନ ସ୍ଥାନର ଲୋକମାନେ ଆସି ନାବାଳିକାଏବଂ ମହିଳାଙ୍କୁ ପ୍ରଲୋଭନ ଦେଇ ଅସୁରକ୍ଷିତ ଅବସ୍ଥାରେ ଟ୍ରକ ଡାଲାରେ ଶ୍ରମିକଭାବେ କାର୍ଯ୍ୟ କରିବାକୁ ନେଇ ଯାଉଛନ୍ତି । ଯଦି କୌଣସି କାରଣରୁ କିଛି ଅଘଟଣ ତେବେ ସେଥିପାଇଁ ଦାୟୀ କିଏ ରହିବ । ପ୍ରଶାସନ ଏଥିପ୍ରତି ଦୃଷ୍ଠି ଦେବା କ’ଣ ଆବଶ୍ୟକ ନୁହେଁ କି?