ନାଲକୋ କାର୍ଯ୍ୟାଳୟରେ CBI ଚଢ଼ାଉ

ଭୁବନେଶ୍ଵର : ନାଲକୋ କାର୍ଯ୍ୟାଳୟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)ର ଚଢ଼ାଉ । ଚାକିରି କରାଇ ଦେବା ନାଁରେ ଏକାଧିକ ଯୁବକଙ୍କୁ ଠକେଇ କରାଯାଇଥିବା ଅଭିଯୋଗରେ ସକାଳୁ ସକାଳୁ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ ଟିମ୍ ଅତର୍କିତ ଚଢ଼ାଉ କରିଥିବା ନେଇ ସୂଚନା ମିଳିଛି । ଭୁବନେଶ୍ୱର ନାଲ୍କୋ ଅଫିସରେ କାଗଜପତ୍ର ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । ୨ ଜଣ କର୍ମଚାରୀଙ୍କୁ ସିବିଆଇ ପକ୍ଷରୁ ପଚରାଉଚରା କରାଯାଇଛି । ପୂର୍ବରୁ ପୁଲିସ ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ ଘଟଣାରେ ସିବିଆଇ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି ।