ଅନେକ ରେକର୍ଡ ଭାଙ୍ଗିଲେ ଗିଲ୍
Subman Gill
ହାଇଦ୍ରାବାଦ : ସୁବମନ ଗିଲଙ୍କ କ୍ୟାପଟେନ ଇନିଂସ ଖାଲିଯେ, ଭାରତକୁ ଡ୍ରାଇଭର ସିଟ୍ରେ ବସାଇଛି ତାହା ନୁହେଁ ବରଂ, ଅନେକ ରେକଡର଼୍ ବି ସୃଷ୍ଟି କରଛି । ଆଜି ଗୋଟିଏ ଦିନରେ ଦୁଇ ମହାନ ଖେଳାଳୀ ସୁନୀଲ ଗାଭାସ୍କର ଓ ବିରାଟ କୋହଲିଙ୍କ ରେକଡର଼୍ ଭାଙ୍ଗିଛନ୍ତି ଗିଲ୍ । ଭାରତ ୬୦୭ ରନର ଅଗ୍ରଣୀ ହାସଲ କରି ଇଂଲଣ୍ଡ ପାଇଁ ଆହ୍ୱାନ ସୃଷ୍ଟି କରିଛି । ସେପଟେ ଗିଲ ପ୍ରଥମ ଇନିଂସରେ ଦ୍ୱିଶତକ ଓ ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଗୋଟିଏ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ସର୍ବାଧିକ ରନ୍ ସ୍କୋର କରିବାର ରେକଡର଼୍ ସୃଷ୍ଟି କରିଛନ୍ତି । ଟେଷ୍ଟର ଉଭୟ ଇନିଂସରେ ୪୩୦ ରନ୍ କରି ସର୍ବାଧିକ ରନ ତାଲିକାରେ ବିଶ୍ୱର ଦ୍ୱିତୀୟ ନମ୍ବର ସ୍ଥାନରେ ରହିବାର ସୌଭାଗ୍ୟ ହାସଲ କରିଛନ୍ତି । ସେ ଉଭୟ ଇନିଂସରେ ୪୩୦ ରନ୍ କରିଥିବାବେଳେ ୧୯୯୦ରେ ଗ୍ରାହାମ୍ ଗୁଚ୍ ଭାରତ ବିପକ୍ଷରେ ୪୫୬ ରନ୍ କରି ପ୍ରଥମ ସ୍ଥାନରେ ରହିଛନ୍ତି ।
୫୪ ବର୍ଷ ଧରି ସୁନୀଲ ଗାଭାସ୍କରଙ୍କ ରେକଡର଼୍କୁ ଆଜି ଗିଲ୍ ଭାଙ୍ଗି ଦେଇଛନ୍ତି । ଗାଭାସ୍କର ଉଭୟ ଇନିଂସରେ ୩୪୪ ରନ୍ ସ୍କୋର କରି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ୧ ନମ୍ବରରେ ରହିଥିଲେ । ଅପରପକ୍ଷରେ କ୍ୟାପଟେନ ଭାବେ ପ୍ରଥମ ଟେଷ୍ଟ ସିରିଜ୍ରେ କୋହଲି ସର୍ବାଧିକ ୪୪୯ ରନ୍ କରିଥିବାବେଳେ ମାତ୍ର ୪ଟି ଇନିଂସରେ ଗିଲ୍ ତାଙ୍କୁ ପଛରେ ପକାଇ ଦେଇଛନ୍ତି ।