ନର୍ଦ୍ଦମା ପାଣିରେ ଉବୁଟୁବୁ ଖଲେଶ୍ୱର ନଗର

ନର୍ଦ୍ଦମା ପାଣିରେ ଉବୁଟୁବୁ ଖଲେଶ୍ୱର ନଗର

କଟକ : କଟକ ମହାନଗର ନିଗମ ଅନ୍ତର୍ଗତ ୪୯ ନଂ ୱାଡର଼୍ ଜଗତପୁର ସ୍ଥିତ ଖଲେଶ୍ୱର ନଗର ନର୍ଦ୍ଦମା ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ନର୍ଦ୍ଦମା ପାଣି ପ୍ରବାହିତ ହେଉଛି । ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ସିଏମସି ଅନ୍ତର୍ଗତ ୪୯ନଂ ୱାଡର଼୍ ସ୍ଥିତ ଖଲେଶ୍ୱର ନଗରରେ ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ପରିବାର ବସବାସ କରୁଛନ୍ତି । ଜଗତପୁର ଅଞ୍ଚଳର ବର୍ଷାଜଳ, ବିଭିନ୍ନ କାରଖାନା ଓ ମେଡ଼ିକାଲରୁ ନିଷ୍କାସିତ ବର୍ଜ୍ୟ ଜଳ କେନ୍ଦ୍ରାପଡ଼ା କେନାଲ ସାଇଫନ ମଧ୍ୟ ଦେଇ ଖଲେଶ୍ୱର ନଗର ପାଶ୍ୱର୍କୁ ପ୍ରବାହିତ ହେଉଛି । ଏହି ପ୍ରବାହିତ ଦୂଷିତ ଜଳ ନିଷ୍କାସନ ନିମନ୍ତେ ସିଏମସି ପକ୍ଷରୁ ଏକ ଡ୍ରେନ୍‌ ନିର୍ମାଣ କରାଯାଇଛି । ମାତ୍ର ଡ୍ରେନେଜକୁ ଏକ କାରଖାନା ମାଲିକ ବେଆଇନ ଭାବେ ପୋତି ଦେଇଥିବାରୁ ଉକ୍ତ ନର୍ଦ୍ଦମା ଜଳ ନିଷ୍କାସନ ହୋଇପାରୁନଥିବା ଅଭିଯୋଗ ହୋଇଛି । ଫଳରେ ଖଲେଶ୍ୱରନଗର ସାଇଚ ସମୀକ୍ଷା ନଗର ଓ ସାଇ ରେସିଡେନ୍ସି ଆଦି ସାରା ଅଞ୍ଚଳକୁ ଏହା ଜଳମଗ୍ନ କରୁଛି । ଫଳରେ ଅଞ୍ଚଳରେ ବସବାସ କରୁଥିବା ଶହଶହ ପରିବାର, ଛୋଟଛୋଟ ପିଲା ବରିଷ୍ଠ ନାଗରିକ ଓ ଜନସାଧାରଣ ଏହି ନର୍ଦ୍ଦମା ପାଣିରେ ପଶି ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ଏହାଛଡ଼ା ପିଲାମାନେ ସ୍କୁଲକୁ ଯିବା ଆସିବା କରିବାରେ ଅନେକ ଅସୁବିଧା ଭୋଗ କରୁଛନ୍ତି । ଦୂଷିତ ପାଣିରେ ଯାତାୟତ କରିବା ଦ୍ୱାରା ଅଞ୍ଚଳବାସୀ ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ । ଏ ନେଇ ଅଞ୍ଚଳବାସୀ ସ୍ଥାନୀୟ ବିଧାୟକ ସିଏମସି କମିଶନରଙ୍କୁ ବାରମ୍ବାର ଜଣାଇବା ସତ୍ତେ୍ୱ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତୁରନ୍ତ ସମସ୍ୟାର ସମାଧାନ ନିମନ୍ତେ ଖଲେଶ୍ୱର ନଗର କମିଟି ଅଧ୍ୟକ୍ଷ ରୋହିତ ସାହୁ, ଉପାଧ୍ୟକ୍ଷ ସତୀଶ ଜୟଶୱାଲ, ବିଶ୍ୱରଂଜନ ମହାନ୍ତି, ମଣିନ୍ଦ୍ର ଭୂୟାଁ, ଅକ୍ଷୟ ଦାସ, ବିଚିତ୍ରାନନ୍ଦ ବିଶ୍ୱାଳ, ତାପସ ରାଉତରାୟ, ଚିନ୍ମୟ ରାଉତ, ବିନୋଦ ବିହାରୀ ନାୟକ, ଅର୍ନ୍ତଯ୍ୟାମୀ ବିଶ୍ୱାଳ, ଅସିତ ନାୟକ ଓ ବୁଦ୍ଧଦେବ କର୍ମକାରଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି ।