ଦୂର୍ଗାଶକ୍ତି ଇଲିଙ୍ଗ ତରଫରୁ ଯୋଗ ଶିବିର

ଦୂର୍ଗାଶକ୍ତି ଇଲିଙ୍ଗ ତରଫରୁ ଯୋଗ ଶିବିର
ଦୂର୍ଗାଶକ୍ତି ଇଲିଙ୍ଗ ତରଫରୁ ଯୋଗ ଶିବିର

  • ଭୁବନେଶ୍ୱର,୨ ।୯ : ରବିବାର ଦୂର୍ଗାଶକ୍ତି ଇଲିଙ୍ଗ ତରଫରୁ ଗୁରୁମାଙ୍କ ତତ୍ୱାବଧାନରେ ଆଇଗିଣିଆ ଡିଏନ୍ କନଭେକ୍ସନ ଠାରେ ଯୋଗ, ଧ୍ୟାନ, ହିଲିଙ୍ଗ ଆଦି କରାଯାଇଥିଲା । ଯୋଗ ଦ୍ୱାରା ଶରୀର ସୁସ୍ଥ, ମାନସିକ ଶାନ୍ତି, ଆଚାର ବ୍ୟବହାରରେ ଶାଳିନତା ସହ ପରିବାର ଓ ସମାଜରେ ନିଜକୁ ଏକ ସୁସ୍ଥ ଜୀବନ ଯାପନର କରିବାରେ ମାଧ୍ୟମ ପାଲଟିଥାଏ । ଏହାକୁ ଦୃଷ୍ଟିରେ ରଖି ଦୂର୍ଗାଶକ୍ତି ଇଲିଙ୍ଗ୍ ପକ୍ଷରୁ ସୁସ୍ଥ ସମାଜ ଗଠନ ଦିଗରେ ଏକ ନିଆରା ପ୍ରୟାସ କରିଥିଲେ । ଏହିପରି ବହୁ ସାମାଜିକ କାର୍ଯ୍ୟ କରିବା ସହ ଗରିବ, ଦିନହିନ ଓ ବହୁ ବୃଦ୍ଦାଶ୍ରମରେ ପହଞ୍ଚି ସେମାନଙ୍କର ସ୍ୱାସ୍ଥସେବା, ପୋଷାକ ଓ ଖାଦ୍ୟ ପେୟର ବ୍ୟବସ୍ଥା କରି ସଂସ୍ଥା ଖ୍ୟାତି ଅର୍ଜନ କରିଛି । ଏହି ଶିବିରରେ ୨୦୦ରୁ ଅଧିକ ମହିଳା, ପୁରୁଷ, ଛାତ୍ର, ଛାତ୍ରୀ, ଛୋଟ ଛୁଆ ଓ ବୃଦ୍ଧ, ବୃଦ୍ଧା ମାନେ ଯୋଗଦେଇଥିଲେ । ଏହି ଶିବିରରେ ଗୁରୁମା କେମିତି ସ୍ୱାସ୍ଥ୍ୟର ଯତ୍ନ ନେବା ସହ କିପରି ନିରୋଗ ରହିବ ସେ ନେଇ ପ୍ରଶିକ୍ଷଣ ଦେଇଥିଲେ । ଏହା ସହ କମ ବୟସରୁ ଯୋଗ ପାଇଁ କିପରି ସମୟ ବାହାର କରିବା ସହ ନିୟମିତ ଭାବେ ଯୋଗ ଓ ପ୍ରାଣାୟମ କରିବେ ଅଭିଭାବକ ମାନଙ୍କୁନିବେଦନ କରିଥିଲେ । ସେହିଭଳି ଖାଦ୍ୟ ପେୟ କିଭଳି କରିବେ ସେଥିପ୍ରତି କିଛି ଉପଦେଶ ଦେଇଥିଲେ । ଶେଷରେ ଶିବିର ସମାପ୍ତ ପରେ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦର ମଧ୍ୟ ବ୍ୟବସ୍ଥା ହୋଇଥିଲା ।