ସୁନୀତି ମୁଣ୍ଡକୁ ବିଜେପି ଅଫିସରୁ ତଡ଼ିଦେଲେ

Suniti Munda, State BJP party Office

ସୁନୀତି ମୁଣ୍ଡକୁ ବିଜେପି ଅଫିସରୁ ତଡ଼ିଦେଲେ

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି  । ଏଥିପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ବଡ଼ ସଭାର ମଧ୍ୟ ଆୟୋଜନ କରାଯାଇଥିଲା  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠାରୁ ନେଇ ରାଜ୍ୟ ପ୍ରଭାରୀ, ସହପ୍ରଭାରୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ  । ଏହି ସଭାରେ ଯୋଗଦେବାକୁ ସୁନୀତି ମୁଣ୍ଡ ମଧ୍ୟ ଆସିଥିଲେ  । ତେବେ ବିଜେପିର ମହିଳା ନେତ୍ରୀମାନେ ତାଙ୍କୁ ଘଉଡ଼ାଇ ଦେଇଥିଲେ । ତାଙ୍କ ହାତ ଧରି ବାହାରକୁ ବାହାର କରିଦେଇଥିଲେ  । ସେହି ସମୟରେ ସୁନୀତିଙ୍କ ସହ ମହିଳା ନେତ୍ରୀମାନଙ୍କ ଯୁକ୍ତି ତର୍କ ବି ହୋଇଥିଲା  । ଦଳ ବିରୋଧରେ ସେ ଗଣମାଧ୍ୟମରେ ଟିପ୍ପଣୀ ଦେଇଥିବାରୁ ତାଙ୍କୁ ଉପସ୍ଥିତ କାର୍ଯ୍ୟକର୍ତାମାନେ ବିରୋଧ କରିଥିଲେ  । ଏପରିକି ଦିନେ ତାଙ୍କର ଜିନ୍ଦାବାଦ ପକାଉଥିବା ନେତ୍ରୀମାନେ ବି ତାଙ୍କୁ ବିରୋଧ କରିବାକୁ ପଛାଇନଥିଲେ  । ରାଗ ତମତମ ହୋଇ ସୁନୀତି ବି ସେମାନଙ୍କ ଉପରେ ବର୍ଷିଥିଲେ  । ନିକଟରେ ସୁନୀତିଙ୍କୁ ଦଳରୁ ବହିଷ୍କାର ମଧ୍ୟ କରାଯାଇଛି  । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି  ।