ସର୍ବୋଚ୍ଚ ରେଳପୋଲରେ ଗଡ଼ିଲା ଟ୍ରେନ୍

ନୂଆଦିଲ୍ଲୀ: ଶେଷ ହେଲା ଫାଇନାଲ ଟ୍ରାଏଲ୍ । ଚେନାବ ନଦୀରେ ନିର୍ମିତ ବିଶ୍ୱର ସବୁଠୁ ଉଚ୍ଚ ରେଲପୋଲରେ ଗଡ଼ିଲା ଦ୍ରୁତମାଗୀ ଟ୍ରେନ୍ । ପ୍ରଥମ କେବୁଲ ଷ୍ଟେ ବ୍ରିଜ ଅଞ୍ଜି ଖଡ଼ ବ୍ରିଜ୍ ଦେଇ ଏହି ଟ୍ରେନ୍ ଚଳାଚଳ କରିଛି । ରେଲୱେ ସେଫ୍ଟି କମିଶନରଙ୍କ ଉପସ୍ଥିତିରେ ଏହି ଦୁଇ ବ୍ରିଜ ଦେଇ ଟ୍ରେନ୍ ଚଳାଚଳର ଟ୍ରାଏଲ୍ କରାଯାଇଛି । 
ହିମାଚଳପ୍ରଦେଶ ରିଆସି ଜିଲ୍ଲାର ବକାଲ୍ ଓ କଉରି ମଧ୍ୟରେ ଥିବା ଚେନାବ ରେଲୱେ ବ୍ରିଜର ଉଚ୍ଚତା ୩୫୯ ମିଟର । ୩୩୦ ମିଟର ଉଚ୍ଚତା ବିଶିଷ୍ଟ ପ୍ୟାରିସର ଆଇଫିଲ୍ ଟାୱାରଠୁ ବି ଏହା ଢେର ଅଧିକ । ଆଉ ଲମ୍ବ ପ୍ରାୟ ୧ହଜାର ୩୧୫ମିଟର । ଏଥିରୁ ୫୩୦ ମିଟର ମାଟି ଉପରେ ଓ ଶେଷ ୭୮୫ ମିଟର ଚେନାବ ନଦୀ ଉପରେ ନିର୍ମାଣ ହୋଇଛି । ୧୨୦ ବର୍ଷ ପାଇଁ ଏହାକୁ ଡିଜାଇନ୍ କରାଯାଇଛି । ଭୂକମ୍ପ ଜୋନ୍-୪ରେ ଚେନାବ ବ୍ରିଜ ଅଞ୍ଚଳ ଆସୁଥିବାରୁ ଏଥିରେ ବ୍ଲାଷ୍ଟ ପ୍ରୁଫ୍ ଓ ଭୂକମ୍ପ ନିରୋଧୀ ଟେକ୍ନୋଲୋଜିର ବ୍ୟବହୃତ କରାଯାଇଛି ।  ସେହିପରି ପ୍ରଳୟଙ୍କରୀ ପବନ ବହିଲେ ବି ବ୍ରିଜ୍ର କୌଣସି କ୍ଷତି ହେବ ନାହିଁ । କଟରାରୁ ରିଆସିକୁ ଯୋଡୁଥିବା ଏହି କେବୁଲ ଷ୍ଟେ ବ୍ରିଜରେ ଆଜି ସଫଳତାର ସହ ଦ୍ରୁତଗାମୀ ଟ୍ରେନର ଫାଇନାଲ୍ ଟ୍ରାଏଲ୍ ହୋଇଥିବା ବେଳେ ପ୍ରାୟ ୧୦୦ରୁ ଅଧିକ କିମି ବେଗରେ ଟ୍ରେନ୍କୁ ରନିଂ କରାଯାଇଥିଲା ।