ବାଘ ଆତଙ୍କ : ପାଦ ଚିହ୍ନ ଦେଖି ଲୋକେ ଛାନିଆ

ବାଘ ଆତଙ୍କ : ପାଦ ଚିହ୍ନ ଦେଖି ଲୋକେ ଛାନିଆ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗାଁରେ ବାଘ ଆତଙ୍କ। ସକାଳୁ ଗାଁର କିଛି ବ୍ୟକ୍ତି ମନ୍ଦିରକୁ ଯିବା ସମୟରେ ରାସ୍ତାରେ ଏକ ବାଘ ଦେଖିବାକୁ ପାଇ ଗାଁ ଲୋକଙ୍କୁ ଜଣାଇଥିଲେ। ପରେ ଗ୍ରାମବାସୀମାନେ  ବନ ବିଭାଗକୁ ଖବର ଦେଇଥିଲେ । ବନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଘଟଣାସ୍ଥଳରୁ ବାଘର ପାଦ ଚିହ୍ନ ଏବଂ ଚୁଟି ଆଦି ସଂଗ୍ରହ କରାଯାଇଛି । ଅନ୍ୟପଟେ ଗାଁରେ ବାଘ ଆତଙ୍କ ଲାଗି ଗ୍ରାମବାସୀମାନେ ଭୟଭୀତ ରହିଛନ୍ତି। ତେବେ ତାହା ବାଘର ପାଦ ଚିହ୍ନ ନା ଅନ୍ୟ କୌଣସି ଜୀବର ସେନେଇ ତଦନ୍ତ ଜାରି ରହିଛି ।