ଗୁରୁ ବ୍ରଦର୍ସ ପ୍ରିମିୟର ଲିଗ୍ ଉଦ୍ୟାପିତ : ଶ୍ରୀ ଜଗନ୍ନାଥ ୧୧ ଚାମ୍ପିଅନ

 ରାଜକନିକା: ରାଜକନିକା ବ୍ଲକ ଡାଳିକାଏନ୍ଦା ଠାରେ ଚାଲିଥିବା ଡ଼. ହୟଗ୍ରୀବ ଗୁରୁଙ୍କ ପ୍ରାୟୋଜିତ ଗୁରୁ ବ୍ରଦର୍ସ ପ୍ରିମିୟର ଲିଗ ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ଖେଳରେ ଶ୍ରୀ ଜଗନ୍ନାଥ ୧୧ ଶ୍ରୀ ୧୧କୁ ୫୧ ରନରେ ପରାସ୍ତ କରି ଚାମ୍ପିଅନ୍ ହୋଇଛି । ଶ୍ରୀ ଜଗନ୍ନାଥ ୧୧ ପ୍ରଥମେ ବ୍ୟାଟିଂ କରି ୧୨ଓଭରରେ ୬ ୱିକେଟ ହରାଇ ୧୨୪ରନ୍ କରିଥିବାବେଳେ ଶ୍ରୀ-୧୧, ୧୧ ଓଭରରେ ସମସ୍ତ ୱିକେଟ ହରାଇ ୭୩ ରନ କରି ପରାଜୟ ବରଣ କରିଥିଲା । ସାମାଜିକ କର୍ମୀ କୈଳାସ ଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉସôବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବିଦ୍ୟାଧର ବେହେରା, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ବସୁଦେବ ସ୍ୱାଇଁ ଓ ସମ୍ମାନିତ ଅତିଥି ଭବେ ଗୁରୁ ବ୍ରଦର୍ସ ପକ୍ଷରୁ ଅନିଲ ଗୁରୁ, ପ୍ରାକ୍ତନ ସରପଞ୍ଚ ପ୍ରଶାନ୍ତ ସାହୁ, ଶିକ୍ଷାବିତ ଧୀରେନ୍ଦ୍ର ବେହେରା, ସାମାଜିକ କର୍ମୀ ସତ୍ୟ ରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇ ଗୁରୁ ବ୍ରଦର୍ସ ପ୍ରଦତ୍ତ ବିଜେତା ଦଳକୁ ୨୦ ହଜାର ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଦଳକୁ ୧୨ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିବା ସହିତ ବିଜେତା ଦଳର କଳିଙ୍ଗ ଜେନା ଓ ଉପବିଜେତା ଦଳର ଶ୍ରୀକାନ୍ତ ବେହେରାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ଓ ମ୍ୟାନ ମ୍ୟାଚ ଅଫ୍ ଦି ସିରିଜ ପୁରସ୍କାର କରିଥିଲେ । ମାନସ ନାୟକ ଓ ପ୍ରିୟ ରଞ୍ଜନ ରାଉତ ଖେଳ ପରିଚାଳନା କରିଥିବାବେଳେ ଅଜିତ ଗୁରୁ, ସଚିନ୍ ପାଗଳ, ଅମିତ ବିଶ୍ୱାଳ, ଗୁଡୁ ବେହେରା, ଡକମ ବେହେରା, ସିଲୁ ସ୍ୱାଇଁ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।