ଯାତ୍ରା କରିବା ପୂର୍ବରୁ ବାସ୍ତୁ ଟିପ୍ସ

ବାସ୍ତୁଶାସ୍ତ୍ରରେ କୈାଣସି କାର୍ଯ୍ୟରେ ଯାତ୍ରା କରିବା ପୂର୍ବରୁ ସେଥିରେ ସଫଳତା ପ୍ରାପ୍ତି ଉପାୟ ବିଷୟରେ ବର୍ଣ୍ଣନା କରାଯାଉଛି । ଯାହା ପାଳନ କଲେ ଯାତ୍ରା ମଙ୍ଗଳକାରୀ ଓ ସଫଳକାରୀ ହୋଇଥାଏ ।
ଯାତ୍ରାରେ ଯିବା ପୂର୍ବରୁ ବା ସମୟରେ କୈାଣସି ନକାରାତ୍ମକ ଶବ୍ଦର ବ୍ୟବହାର କରନ୍ତୁ ନାହିଁ । ନିଜର ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ । ଗାୟତ୍ରୀମନ୍ତ୍ର ଜପକରନ୍ତୁ,
ନଦୀ, ନିଆଁ, ପବନ, ଦେବୀଦେବତା ,ଗୁରୁଜନ,ମାତାପିତାଙ୍କୁ ପରିହାସ କରନ୍ତୁ ନାହିଁ ।
ଘରୁ ବାହାରିବାବେଳେ ପ୍ରଥମେ ଡ଼ାହାଣ ପାଦ ପକାନ୍ତୁନି, ଅସହାୟକୁ ଦାନ ଦିଅନ୍ତୁ । ଗାଇକୁ ରୁଟି ବା ଘାସ ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ ।
ଶାସ୍ତ୍ର ଅନୁଯାୟୀ ସୋମବାର, ଶନିବାର ପୂର୍ବଦିଗରେ ଯାତ୍ରା କରିବା ଅତି ଶୁଭ ହୋଇଥାଏ । ସୋମବାର, ଗୁରୁବାର ପୁର୍ବ, ଦକ୍ଷିଣ ଦିଗରେ ଯାତ୍ରା କରନ୍ତୁ ନାହିଁ । ରବିବାର ଓ ଶୁକ୍ରବାର ପଶ୍ଚିମ ଦିଗରେ ଯାତ୍ରା କରନ୍ତୁ ନାହିଁ । ମଙ୍ଗଳବାର ଦିନ ଉତର ଦିଗରେ ଯାତ୍ରା କରୁଥିଲେ ଘରୁ ଗୁଡ଼ ଖାଇ ଯାଆନ୍ତୁ ।
ବୁଧବାର ଉତରଦିଗରେ ଯାତ୍ରା କରୁଥିଲେ ଧନିଆ କିମ୍ବା ରାଶି ଲଡ଼ୁ ଖାଇ ଯାଆନ୍ତୁ । ଗୁରୁବାର ଦକ୍ଷିଣ ଦିଗରେ ଯାତ୍ରା କରୁଥିଲେ ଦହିଖାଇ ଯାତ୍ରା କରନ୍ତୁ । ଶୁକ୍ରବାର ଯାତ୍ରା କରୁଥିଲେ ଗହମରେ ପ୍ରସ୍ତୁତ ଖାଦ୍ୟ ଖାଇ ବାହାରନ୍ତୁ । ଶନିବାର ଯାତ୍ରା କରୁଥିଲେ ଅଦାଖଣ୍ଡ ଖାଆନ୍ତୁ ।