ସୁବମନଙ୍କ ବିସ୍ଫୋରକ ବ୍ୟାଟିଂ ଗୁଜରାଟ ବିଜୟୀ
ନୂଆଦିଲ୍ଲୀ : ସୋମବାର ଇଡେନ ଗାର୍ଡେନରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ ରାଇଡ଼ରସ୍ ମଧ୍ୟରେ ଖେଳା ଯାଇଥିଲା । ଗିଲ୍, ସୁଦର୍ଶନ ଓ ବଟଲର ଇନିଂସରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । କୋଲକାତା ବୋଲରଙ୍କୁ ନିର୍ଦ୍ଧୁମ ଛେଚିଲେ ଗୁଜରାଟର ତିନି ବ୍ୟାଟର । ୯୦ ରନ୍ର ବିସ୍ଫୋରକ ଇନିଂସ ଖେଳିଲେ ଶୁବମନ ଗିଲ୍ । ସାଇ ସୁଦର୍ଶନଙ୍କ ଫିଫ୍ଟି ଓ ଜୋଶ୍ ବଟଲର ୪୧ ରନ୍ କରି ଅପରାଜିତ ରହିଲେ । ଫଳରେ ନିର୍ଦ୍ଧାରିତ କୋଡିଏ ଓଭରରେ ଗୁଜରାଟ ଟାଇଟନ୍ସ କରିଛି ୧୯୮ ରନ୍ କରିଥିଲା । କୋଲକାତା ନାଇଟ୍ ରାଇଡର୍ସ ସାମ୍ନାରେ ଲକ୍ଷ୍ୟ ଥିଲା ୧୯୯ ରନ୍ । ୧୯୯ ରନକୁ ପିଛା କରି ବହୁ ସଂଘର୍ଷ କରି କେକେଆର ଶେଷରେ ପରାଜିତ ହୋଇଥିଲା । ୩୯ ରନ୍ ବିନିମୟରେ ଗୁଜରାଟ କେକେଆରକୁ ହରାଇ ବିଜୟୀ ହୋଇଥିଲା ।
କେକେଆର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହା ଗୁଜରାଟ ଟାଇଟନ୍ସ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ଓପନିଂ ଯୋଡ଼ି ଶୁବମନ ଗିଲ୍ ଓ ସାଇ ସୁଦର୍ଶନ ପ୍ରାରମ୍ଭରୁ କୋଲକାତା ବୋଲରଙ୍କ ଉପରେ ପ୍ରହାର କରିଥିଲେ । ଗିଲ୍ ୯୦ ରନ୍ର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ସାଇ ସୁଦର୍ଶନ ୫୨ ରନ୍ ପାଳି ଖେଳିଥିଲେ । ଏହାପରେ ଜୋଶ୍ ବଟଲର ୪୧ ରନ୍ ଜବରଦସ୍ତ ଇନିଂସ ଖେଳି ଗୁଜରାଟର ସ୍କୋରକୁ ୧୯୮ରେ ପହଞ୍ଚାଇଥିଲେ । ଦଳ ପକ୍ଷରୁ ବୈଭବ ଆରୋରା, ହର୍ଷିତ୍ ରାଣା ଓ ଆଣ୍ଡ୍ରେ ରସଲେ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।
ଅନ୍ୟପଟେ ଗୁଜରାଟର ବୋଲରଙ୍କ ସାମ୍ନାରେ କେକେଆର ବ୍ୟାଟର କାମ କରିନଥିଲେ । ଗୋଟିଏ ପରେ ଗେଟିଏ ୱିକେଟ ହରାଇ ପାଭିଲିଅନକୁ ଫେରିଥିଲେ ।