ଜାତୀୟ ପ୍ରତିଯୋଗିତାରେ ରୌପ୍ୟ ଓ ବ୍ରୋଞ୍ଜ ଜିତିଲେ ସସ୍ମିତା
ଭଣ୍ଡାରିପୋଖରୀ : ବାରିକପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଛାତ୍ରୀ ସଶ୍ମିତା ପଣ୍ଡା ଜାତୀୟ ସାଇକେଲ ଚାଳନା ପ୍ରତିଯୋଗୀତାରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିଣି ରାଜ୍ୟ ଓ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ସ୍କୁଲ ଗେମସ ଫେଡେରେସନ ଅଫ ଇଣ୍ଡିଆ ଆନୁକୂଲ୍ୟରେ ଝାଡଖଣ୍ଡର ରାଞ୍ôଚଠାରେ ଗତ ୧୩ ତାରିଖରେ ଅନୁଷ୍ଠିତ ୬ କିଲୋମିଟର ସାଇକେଲ ଚାଳନା ବିଭାଗରେ ସଶ୍ମିତା ରୌପ୍ୟ ପଦକ ହାସଲ କରିଥିଲେ । ପୁନଶ୍ଚ ୧୫ ତାରିଖରେ ଅନୁଷ୍ଠିତ ୫ଶହ ମିଟର ସାଇକେଲ ଚାଳନା ପ୍ରତିଯୋଗୀତାରେ ବ୍ରୋଞ୍ଜ ପଦକ ବିଜୟିନୀ ହୋଇଛନ୍ତି । ବାରିକପୁର ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ଜିତେନ୍ଦ୍ର ସାହୁ, କୋଚ ସୁବାସ ଗୋଚ୍ଛାୟତ, ଗୋପିନାଥ ପଣ୍ଡା, ପରିଚାଳକ ସନତଲକ୍ଷ୍ମୀ ନାୟକ ଓ ରବିନାରାୟଣ ମହାନ୍ତିଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଶ୍ମିତା ଏହି ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ସୁଜାତା ମଲ୍ଲିକ ଓ ଶିକ୍ଷକଶିକ୍ଷୟତ୍ରୀ ସଶ୍ମିତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
Samir Kumar Rout