ଆଇପିଏଲରେ ପିଚର ପ୍ରସ୍ତୁତି କାହା ନିୟନ୍ତ୍ରଣରେ ରହିଥାଏ?

 ନୂଆଦିଲ୍ଲୀ : ଆଇପିଏଲ ଗାଇଡଲାଇନରେ କୁହାଯାଇଛି ଯେ ଗ୍ରାଉଣ୍ଡ ଅଧିକାରୀଙ୍କ ପାଖରେ ପିଚ୍ ପ୍ରସ୍ତୁତ କରିବାର ସଂପୂର୍ଣ୍ଣ ନିୟନ୍ତ୍ରଣ ବା ଅଧିକାର ରହିଛି । ମ୍ୟାଚ୍ ପୂର୍ବରୁ ଗ୍ରାଉଣ୍ଡ ଅଥୋରିଟୀ ପିଚ୍ର ଚୟନ ଓ ପ୍ରସ୍ତୁତର ଦାୟିତ୍ୱ ନିର୍ବାହ କରିବେ । ମ୍ୟାଚ୍ ବେଳେ ପିଚ୍ର ନିୟନ୍ତ୍ରଣ ଓ ଏହାର ରକ୍ଷାଣବେକ୍ଷଣ ଦାୟିତ୍ୱ ଅମ୍ପାୟାରଙ୍କ ପାଖରେ ରହିବ । ଏଠାରେ ଗ୍ରାଉଣ୍ଡ ଅଥୋରିଟୀର ଅର୍ଥ ରାଜ୍ୟ କ୍ରିକେଟ ଆସୋସିଏସନ । ରାଜ୍ୟ କ୍ରିକେଟ ଆସୋସିଏସନର କୁ୍ୟରେଟର ହିଁ ପିଚ୍ ପ୍ରସ୍ତୁତ କରିବାର ପୂରା ଅଧିକାର ପାଇଛନ୍ତି ବୋଲି ଗାଇଡଲାଇନରେ କୁହାଯାଇଛି ।
ସମାନ କଥା କୋଲାକାତାର ଇଡେନ ଗାର୍ଡେନ୍ସ ପିଚ୍ କୁ୍ୟରେଟର ସୂଜନ ମୁଖାର୍ଜୀ କହିଥିଲେ । ସେ କହିଥିଲେ ଯେ "ଆଇପିଏଲର ନିୟମ ଅନୁସାରେ ପ୍ରାଞ୍ଚାଇଜ ପିଚ୍ ପ୍ରସ୍ତୁତିକୁ ନେଇ କିଛି ବି କହି ପାରିବେ ନାହିଁ । ମୁଁ ଇଡେନର କୁ୍ୟରେଟର ଦାୟିତ୍ୱ ପାଇବା ଦିନ ଠାରୁ ପିଚ୍ଗୁଡିକ ସବୁବେଳେ ସମାନ ଢଙ୍ଗରେ ପ୍ରସ୍ତୁତ କରାଯାଉଛି । ପୂର୍ବରୁ ପିଚ୍ ଯାହା ଥିଲା ଏବେ ବି ସେଇଆ ଅଛି ଓ ଭବିଷ୍ୟତରେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ।'