ଓଡ଼ିଶାବାସୀଙ୍କୁ ମୋଦିଙ୍କ ଦଶହରା ଭେଟି, ଜାଣନ୍ତୁ କ’ଣ
Wheat in Ration
ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶହରା ଭେଟି ଦେଇଛନ୍ତି । ଏଣିକି ରାସନରେ ଚାଉଳ ସହ ଗହମ ବି ମିଳିବ । ଦୀର୍ଘଦିନ ଧରି ରାଜ୍ୟ ସରକାର ଏହି ଦାବି କରି ଆସୁଥିଲେ । ଅକ୍ଟୋବର ୨୦୨୪ରୁ ହିତାଧିକାରୀମାନେ ଗହମ କିମ୍ବା ଚାଉଳ ନେଇପାରିବେ । ଓଡ଼ିଶା, ବିହାର, ଗୁଜୁରାଟ, ଝାରଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ୯ ରାଜ୍ୟ ପାଇଁ କେନ୍ଦ୍ର ସରକାର ଗହମ କୋଟା ବୃଦ୍ଧି କରିଛନ୍ତି । ଏହି ୯ ରାଜ୍ୟକୁ ୩୫ ଲକ୍ଷ ମେଟ୍ରିକ ଟନ ଗହମ ଦିଆଯିବ ।
କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଓଡ଼ିଶାକୁ ଅନ୍ତ୍ୟୋଦୟ ଏଏୱାଇ ଯୋଜନାରେ ୩୯୧୯୮ ମେଟ୍ରିକ ଟନ୍ ଚାଉଳ ଓ ୪୬୫୧ ମେଟ୍ରିକ ଟନ୍ ଗହମ ମିଳିବ । ସେହିପରି ଅନ୍ୟ ହିତାଧିକାରୀମାନଙ୍କୁ ୧୫୨୫୪.୪୮ ମେଟ୍ରିକ୍ ଟନ୍ ଗହମ ଓ ୧୨୮୫୪୭.୮୯ ମେଟ୍ରିକ ଟନ୍ ଚାଉଳ ମିଳିବ । ଏହିପରି ଭାବେ ମୋଟ ଉପରେ ଓଡ଼ିଶାକୁ ଏନଏଫଏସଏରେ ୧୬୭୭୪୫.୯୩ ମେଟ୍ରିକ ଟନ ଚାଉଳ ଓ ୧୯୯୦୬ ମେଟ୍ରିକ୍ ଟନ୍ ଗହମ ପ୍ରଦାନ କରାଯିବ ।