ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ପୁଲିସ ବୁଥ ସ୍ଥାପନ

 ଭୁବନେଶ୍ୱର:  ସଡକ ସୁରକ୍ଷା ଏବଂ ଗୋଷ୍ଠୀ କଲ୍ୟାଣ ପ୍ରତି ପ୍ରତିବଦ୍ଧତାର ଅଂଶ ଭାବରେ ଭାରତର ସର୍ବବୃହତ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ, ଭୁବନେଶ୍ୱରର ବ୍ୟସ୍ତବହୁଳ ଜଙ୍କ୍ସନଗୁଡିକରେ ଚାରିଟି ପୂର୍ଣ୍ଣ ସୁସଜ୍ଜିତ ପୁଲିସ ବୁଥ୍ ସ୍ଥାପନ କରିଛି  । ଏହି ପ୍ରୟାସ ବ୍ୟାଙ୍କର ସିଏସ୍ଆର କାର୍ଯ୍ୟକ୍ରମ ଅଧୀନରେ ହାତକୁ ନିଆଯାଇଥିବାବେଳେ ଟ୍ରାଫିକ ପରିଚାଳନାରେ ଉନ୍ନତି, ବାସ୍ତବ କ୍ଷେତ୍ରରେ ଟ୍ରାଫିକ ନିୟମର ପ୍ରବର୍ତ୍ତନ ଏବଂ ଜନସାଧାରଣଙ୍କ ନିମନ୍ତେ ନିରାପଦ ଗମନା ଗମନ ଅନୁଭୂତିକୁ ପ୍ରୋସôାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି  । ନୂଆକରି ଉଦ୍ଘାଟିତ ବୁଥ୍ଗୁଡିକ କେଶୁରା ଛକ, ଗ୍ୟାରେଜ ଛକ, ପଳାଶୁଣି ଏବଂ ରାଜମହଲ ଛକରେ ଅବସ୍ଥିତ  । ପ୍ରତ୍ୟେକ ବୁଥ୍ରେ ବସିବା ବ୍ୟବସ୍ଥା, ପଙ୍ଖା ଏବଂ ମାଇକ ବ୍ୟବସ୍ଥା ଭଳି ଅତ୍ୟାବଶ୍ୟକ ସୁବିଧା ଯୋଗାଇ ଦିଆଯାଇଛି  । ଏହି ବୁଥ୍ଗୁଡିକ ଟ୍ରାଫିକ କର୍ମଚାରୀଙ୍କୁ ବାସ୍ତବ ସମୟ ଭିତ୍ତିକ ଟ୍ରାଫିକ ନିରୀକ୍ଷଣରେ ଉନ୍ନତି ଆଣିବା, ଟ୍ରାଫିକ ନିୟମ ଉଲ୍ଲଂଘନ ଏବଂ ଜରୁରୀ ପରିସ୍ଥିତିରେ ଅଧିକ ତ୍ୱରିତ ଭାବରେ ପଦକ୍ଷେପ ଗ୍ରହଣ ଏବଂ ସଡକ ସୁରକ୍ଷା ଅଭ୍ୟାସକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବାର୍ତ୍ତା ପ୍ରଚାର ବ୍ୟବସ୍ଥାକୁ ସୁଦୃଢ କରିବାରେ ସହାୟକ ହେବ  ।