ବିଶ୍ୱ କବିତା ଦିବସ
ଭୁବନେଶ୍ୱର : କବିତା ମାନବ ଜାତିର ପ୍ରାରମ୍ଭରୁ ରହିଆସିଛି । ଏହା ପ୍ରାଣର ଭାଷା ପ୍ରକାଶ କରେ ସଂପ୍ରୀତି, ସମ୍ପର୍କ, ପ୍ରତିବାଦ, କାରୁଣ୍ୟ ଓ ଅସହାୟତାକୁ ପ୍ରକାଶ କରେ କବିତା । ଏହା ଶାନ୍ତି ଓ ଅନ୍ତର୍ଭୁକ୍ତିକୁ ଆଗେଇ ନେଇ ଏକ ସୁନ୍ଦର ଓ ସମ୍ଭାବନାମୟ ପୃଥିବୀ ପାଇଁ ପ୍ରାଣଶକ୍ତି ଯୋଗାଇ ଦେବ ବୋଲି ଏଠାରେ ବିଶ୍ୱ କବିତା ଦିବସ କାର୍ଯ୍ୟକ୍ରମରେ ଅତିଥି କହିଛନ୍ତି । ନୂତନ ଭାରତ ନିର୍ମାଣର ସୂତ୍ରଧର ଟ୍ରଷ୍ଟ ଏବଂ ଓଡିÿଶା ସାହିତ୍ୟ ଏକାଡେମୀର ମିଳିତ ଆୟୋଜନରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ କବି ଡ. ଫନୀ ମହାନ୍ତି, ଶାସ୍ତ୍ରୀୟ ଓଡ଼ିଆ ଭାଷା ଉକôର୍ଷ କେନ୍ଦ୍ର ର୍ନିେଶକ ତଥା ସମାଲୋଚକ ଡ଼. ବସନ୍ତ କୁମାର ପଣ୍ଡା,ବରିଷ୍ଠ କବି ମମତା ଦାଶ, ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର ଯୋଗ ଦେଇ ବିଶ୍ୱ କବିତା ଦିବସର ତାତ୍ପର୍ଯ୍ୟ, ଏହି ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଏବଂ ଭବିଷ୍ୟତର ପିଢ଼ି ପାଇଁ କବିତାର ପ୍ରୟୋଜନୀୟତା ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । କବି ରକ୍ଷକ ନାୟକଙ୍କ ସଭାପତିତ୍ୱରେ ସଭାରେ ଟ୍ରଷ୍ଟ ସଭାପତି ଲକ୍ଷ୍ମୀକାନ୍ତ ଦାଶ ସ୍ୱାଗତ ଜଣାଇଥିଲେ । ଗୀତିକାର ଗୌର ପଟ୍ଟନାୟକଙ୍କ, ପ୍ରକାଶକ ସୁଧୀର ମଉଡମଣି, କଥାକାର ଶୈଳେନ୍ଦ୍ର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କବିତା ପାଠୋତ୍ସବରେ ଡ. ଗୀତାଶ୍ରୀ ପ୍ରିୟମ୍ବଦା, ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ, ଡ. ସରୋଜିନୀ ପାଣି ସଂଯୋଜନା କରିଥିଲେ ।