ABVP ତରଫରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ପ୍ରତିବାଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ । ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ଦୃଢ଼ ପ୍ରତିବାଦ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) । ଏହାକୁ ପ୍ରତିବାଦ କରି ଏବିଭିପିର ଭୁବନେଶ୍ୱର ଶାଖା ପକ୍ଷରୁ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ପଶ୍ଚିମବଙ୍ଗରେ ନାରୀ ଅସୁରକ୍ଷିତ। ଜଣେ ଓଡ଼ିଆ ଛାତ୍ରୀଙ୍କ ଗଣଦୁଷ୍କର୍ମ ପରେ ମଧ୍ୟ ସରକାର ସାଜିଛନ୍ତି ନୀରବଦ୍ରଷ୍ଟା । ଘଟଣାକୁ ଚପେଇ ଦେବା ବିରୋଧରେ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।