ଟ୍ରକ୍ ମାଲିକ କରିବେ ଅର୍ଥନୈତିକ ଅବରୋଧ
।ା ପ୍ରଭାନୁ୍ୟଜ୍ ।ା ଅନୁଗୁଳ: ଛେଣ୍ଡିପଦା ବ୍ଲକରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦିଆଯାଉ ନଥିବା ପ୍ରତିବାଦରେ ସୋମବାର ଖଣି ରାସ୍ତାରେ ଅର୍ଥନୈତିକ ଅବରୋଧ କରିବା ପାଇଁ ଟ୍ରକ ମାଲିକମାନେ ଡାକରା ଦେଇଛନ୍ତି । ଏ ନେଇ ଟ୍ରଲ ମାଲିକ ମାନେ ଛେଣ୍ଡିପଦା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଛେଣ୍ଡିପଦା ଟ୍ରକ ମାଲିକମାନେ କହିଥିଲେ ଯେ, କୋଇଲା ଖଣିରେ ବାହାର ରାଜ୍ୟ ଟ୍ରକ ଆସି କୋଇଲା ଲୋଡିଙ୍ଗ କରୁଥିବା ବେଳେ ଛେଣ୍ଡିପଦା ବ୍ଳକ ଅଞ୍ଚଳର ଟ୍ରକଗୁଡିକୁ କମ୍ପାନୀ ପକ୍ଷରୁ କୋଇଲା ଖଣିରେ ଲୋଡିଙ୍ଗ ଦେଉନାହାନ୍ତି । ଏନେଇ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିାଁ । ଫଳରେ ଟ୍ରକ ମାଲିକମାନେ ସୋମବାର ଠାରୁ ରାଇଝରଣ ଠାରେ ଥିବା ଖଣି ରାସ୍ତାରେ ଅର୍ଥନୈତିକ ଅବରୋଧ କରିବା ପାଇଁ ନିଷ୍ପତି ନେଇଥିଲେ । ଏହି ଖବର ପାଇଁ ଅନୁଗୁଳ ଏସଡିପିଓଙ୍କ ଅଧକ୍ଷତାରେ ନିଶା ଥାନାରେ ଟ୍ରକ ମାଲିକ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କମ୍ପାନୀ ପକ୍ଷରୁ ସମୟ ମଗାଯାଇଥିଲା । ଏଥିପାଇଁ ଟ୍ରକ ମାଲିକମାନେ ପ୍ରଶାସନକୁ ସମ୍ମାନ ଦେଇ ଅର୍ଥନୈତିକ ଅବରୋଧକୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଦାବି ପୂରଣ ହେଲେ ଆନେ୍ଦାଳନ ହଟିବ ନଚେତ ଆନେ୍ଦାଳନ ଜାରି ରଖିବେ ବୋଲି ଟ୍ରକ ମାଲିକମାନେ ସୂଚନା ଦେଇଛନ୍ତି ।