ଯୁବକଯୁବତୀଙ୍କ ଦକ୍ଷତା ନିଜର ପରିଚୟ ହେବା ଦରକାର: ଜିଲ୍ଲାପାଳ
ାା ପ୍ରଭାନୁ୍ୟଜ୍ ।ା ନବରଙ୍ଗପୁର : ଛାତ୍ରଛାତ୍ରୀଙ୍କ କୌଶଳ ଭିତିକ ଶିକ୍ଷାରେ ଆଗ୍ରହ ବଢାଇବା ନିମନ୍ତେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୌଷୟିକ ଶିକ୍ଷା ବିଭାଗ ତଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରିଥିବା କୌଶଳ ରଥ ଆଜି ନବରଙ୍ଗପୁର ଜିଲ୍ଲାରେ ପହଁଞ୍ଚିବା ପରେ ଅଗ୍ନିପୁର ସ୍ଥିତ ପଲିଟେକନିକ ମହା ବିଦ୍ୟାଳୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉପଲକ୍ଷେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟ ।ଳୟ ତରଫରୁ ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳ କମଳ ଲୋଚନ ମିଶ୍ର କହିଲେ ଯେ ଯୁବକଯୁବତୀ ଦକ୍ଷତା ନିଜର ପରିଚୟ ହେବା ଦରକାର । ବର୍ତ୍ତମାନର ବିକଶିତ ଭାରତରେ ଜ୍ଞାନ ସହିତ ନିଜର ଦକ୍ଷତାକୁ ପ୍ରତ୍ୟେକ ଯୁବକ ଯୁବତୀମାନେ ସବୁ ସ୍ତରରେ ପ୍ରତିପାଦିତ କରିବାର ସମୟ ଆସିଛି । କୌଶଳ ଭିତିକ ଶିକ୍ଷା ଯୁବକ ଯୁବତୀମାନଙ୍କୁ ଆତ୍ମ ନିର୍ଭରଶୀଳ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ନିଜର ବକ୍ତବ୍ୟରେ ପ୍ରତିଯୋଗିତା ମୂଳକ ଦୁନିଆରେ ଛାତ୍ରଛାତ୍ରୀଙ୍କ କୌଶଳ ଭିତିକ ଶିକ୍ଷାରେ ଆଗ୍ରହ ବଢାଇ ନିଜର ଦକ୍ଷତାକୁ ସମାଜରେ ପ୍ରତିପାଦନ କରିବା ପାଇଁ ଆହ୍ୱାନ ଦେଇଥିଲେ ।