ନବବଧୂଙ୍କ ସନେ୍ଦହଜନକ ମୃତୁ୍ୟ

ନବବଧୂଙ୍କ ସନେ୍ଦହଜନକ ମୃତୁ୍ୟ

ଢେଙ୍କାନାଳ: ଢେଙ୍କାନାଳ ସହରର ଗାନ୍ଧୀ ମନ୍ଦିର ରୋଡ ଅଂଚଳରେ ଜଣେ ନବବଧୂଙ୍କ ସନେ୍ଦହ ଜନକ ମୃତୁ୍ୟ ଘଟିଛି । ଝିଅକୁ ଶାଶୁ ଘର ଲୋକେ ହତ୍ୟା କରିଥିବା ମୃତକ ନବ ବଧୂଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । 
ଅଭିଯୋଗ ଅନୁଯାୟୀ, ଢେଙ୍କାନାଳ ସଦର ଥାନା ସିମିନଇ ଅଂଚଳର ସରୋଜ କୁମାର ସିଂଙ୍କ ଝିଅ ମୌସୁମୀ ମଧୁସ୍ମିତା ସହରର ଗାନ୍ଧୀ ମନ୍ଦିର ଅଂଚଳର ହେମନ୍ତ ମହାପାତ୍ରଙ୍କ ପୁଅ ଶରତଙ୍କୁ  ବୈଦିକ ରୀତିରେ ବିବାହ କରିଥିଲେ ।  ପିତା ସରୋଜ ଅଭିଯୋଗ କରିଛନ୍ତି ଯେ, ଗତ ରବିବାର ଦିନ ଝିଅ ମଧୁସ୍ମିତାଙ୍କ ସହ ତାଙ୍କର କଥା ହୋଇଥିଲେ । ସେହି ସମୟରେ ଝିଅ ସ୍ୱାଭାବିକ ଭାବେ କଥାବାର୍ତ୍ତା କରିଥିଲେ । କିନ୍ତୁ ସନ୍ଧ୍ୟାରେ ସେ ଝିଅଙ୍କୁ ଫୋନ କରିବାରୁ ଶାଶୂ ଫୋନ ଉଠାଇ ଝିଅ କ'ଣ ଖାଇଦେଇଛି ଓ ତାଙ୍କୁ ଜିଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଛି ବୋଲି କହିବା ସହ ଫୋନ କାଟି ଦେଇଥିଲେ । ଜିଲା ମୁଖ୍ୟ ଚିକିସôାଳୟରେ ସେ ପହଞ୍ଚିବା ପରେ ଝିଅର ମୃତୁ୍ୟ ହୋଇଯାଇଥିବା ଜାଣିବାକୁ ପାଇଥିଲେ ।  ବିବାହ ପରେ ମଝିରେ ମଝିରେ ଝିଅ ଓ କ୍ୱାଇଁଙ୍କ ମଧ୍ୟରେ ଝଗଡା ହେଉଥିଲା । ଖବରପାଇ ସେ ଝିଅଘରେ ପହଞ୍ଚି ସମ୍ପର୍କୀୟମାନଙ୍କ ଉପସ୍ଥିତିରେ ଘଟଣାର ସମାଧାନ କରୁଥିଲେ । ତେଣୁ ତାଙ୍କ ଝିଅଙ୍କୁ ସ୍ୱାମୀ, ଶ୍ୱଶୁର, ଶାଶୁ, ଦିଅର ମିଳିମିଶି ମାରିଦେଇଥିବା ତାଙ୍କ ବାପା ସରୋଜ ଟାଉନଥାନାରେ ଅଭିଯୋଗ କରିଥିଲେ ।  ଅଭିଯୋଗକୁ ଭିତ୍ତିକରି ପୁଲିସ ପକ୍ଷରୁ  ଏକ ହତ୍ୟା ମାମଲା ରୁଜୁ କରାଯାଇଛି ।  ଏବେ ଅଭିଯୁକ୍ତମାନେ ଘରଛାଡି ଫେରାର ରହିଛନ୍ତି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟାଉନଥାନା ଅଧିକାରୀ ପ୍ରଭାତ ସାହୁ ସୂଚନା ଦେଇଛନ୍ତି ।