ବେଆଇନ ଜବରଦଖଲ ଉଚ୍ଛେଦ


ଜଟଣୀ:  ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ୮ ନମ୍ବର ୱାର୍ଡର ମିନା ବଜାର ପଡିଆ, ମହୁଲ ଗୁଡିଆ ଛକ ଏବଂ ୧୪ ନମ୍ବର ୱାର୍ଡର ଖଳି ପୋଖରୀ ଅଞ୍ଚଳରେ ଅବୈଧ ଜବରଦଖଲକୁ ଉପଜିଲ୍ଲାପାଳ ଭୁବନେଶ୍ୱରଙ୍କ ନିଦେ୍ର୍ଦଶ ଅନୁଯାଇ ଜଟଣୀ ପୌର ପରିଷଦ ପକ୍ଷରୁ ସ୍ଥାନୀୟ ତହସିଲଦାର ଏବଂ ଥାନା ଅଧିକାରୀଙ୍କ ସହାୟତାରେ ଉଚ୍ଛେଦ କରାଯାଇଅଛି । ଉକ୍ତ ଉଛେଦ ପରେ ଉକ୍ତସ୍ଥାନ ଯଥା ମିନା ବଜÿାର ପଡିଆରେ ବହୁ ପ୍ରତିକ୍ଷୀତ ୫୮୮ ଦୋକାନୀଙ୍କ ଥଇଥାନ ନିମନ୍ତେ ଦୋକାନ ଗୃହ, ମହୁଲ ଗୁଡିଆ ଛକରେ ଡ୍ରେନ କାର୍ଯ୍ୟ ସମ୍ପୂର୍ଣ କରିବା ଏବଂ ଖଳି ପୋଖରର ଉନ୍ନତିକରଣ କରିବା କାର୍ଯ୍ୟ କରିବା ପାଇଁ ପୌର ପ୍ରଶାସନ ପକ୍ଷରୁ ଲକ୍ଷ ରଖା ଯାଇଅଛି । ଉଚ୍ଛେଦ ପକ୍ରିୟାରେ ଅତିରିକ୍ତ ତହସିଲଦାର ଅଶୋକ ସ୍ୱାଇଁ, ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ରଶ୍ମିତା ନାଥ ଏବଂ ପୁଲିସ ପ୍ରଶାସନ, ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ତେବେ ସହରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଜବରଦଖଲ କାରୀଙ୍କ ଦଖଲରେ ଥିବା ବେଳେ ପ୍ରଶାସନ ପକ୍ଷରୁ ସେସବୁ ଅଞ୍ଚଳକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଅବରୋଧ ହଟାଇବା ପାଇଁ ସାଧାରଣରେ ଦାବି ହେଉଛି ।