ତେଜିଲା ପ୍ରାର୍ଥୀ ପରିବର୍ତ୍ତନ ଦାବି, ମେଳି ହେଲେ ଛାମୁଆ କର୍ମୀ

ତେଜିଲା ପ୍ରାର୍ଥୀ ପରିବର୍ତ୍ତନ ଦାବି, ମେଳି ହେଲେ ଛାମୁଆ କର୍ମୀ


 ରାଜନଗର: ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଘୋଷିତ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିବା ପାଇଁ ଦାବି ଜୋର ଧରିଥିବା ଆଲୋଚନା ହେଉଛି ।  ମାର୍ଚ୍ଚ ୩୧ତାରିଖ ଦିନ ୩୧ନମ୍ବର ଜିଲ୍ଲା ପରିଷଦ ଜୋନର କୋଇଲିପୁର, କୁରୁଂଟି, ବ୍ରାହ୍ମଣସାହି, ହାତିନା, ଡେରା, ମହୁଲିଆ, ଚାନ୍ଦିବାଉଁଶମୂଳ, ଭିତରଗଡ ଓ କଣ୍ଡିରା ପଞ୍ଚାୟତର ବିଜୁ ଜନତା ଦଳର ଛାମୁଆ କର୍ମୀମାନେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ପ୍ରାକ୍ତନ ବ୍ଲକ ବିଜେଡି ସଭାପତି ଅଶୋକ କୁମାର ପ୍ରତିହାରୀଙ୍କ ନେତୃତ୍ୱରେ ଏକ ବୈ÷ଠକ କରିଥିଲେ । ବର୍ତ୍ତମାନର ବିଧାୟକ ଧୃବ ସାହୁଙ୍କୁ ପୁନର୍ବାର ବିଧାୟକ ପ୍ରାର୍ଥୀ ଘୋଷଣା ହୋଇଥିବାରୁ ତାଙ୍କୁ ବିରୋଧ କରି ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦାବୀ କରିବା ନିମନ୍ତେ ଆଲୋଚନା ହୋଇଥିଲା । ଏନେଇ ଦଳର ସୁପ୍ରିମୋ ନବୀନ ପଟ୍ଟାନାୟକ ରାଜନଗର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପରିବର୍ତ୍ତନ ନକଲେ ଆଗାମୀ ଦିନରେ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଦଳର ସୁପ୍ରିମୋଙ୍କୁ ସମସ୍ତ ବିଷୟ ଅବଗତ କରାଇବାକୁ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ଯୁବନେତା ବିକ୍ରମ ବାରିକ, ବେଲପାଳ ସରପଞ୍ଚ ତିଳୋତ୍ତମା ବରାଳ ଓ ସମିତି ସଭ୍ୟା କେତକୀ ମହାନ୍ତି, ପ୍ରାକ୍ତନ ସରପଞ୍ଚ କେଦାର କୁମାର ସାହୁ, ମନୋଜ କୁମାର ରାଉତରାୟ, ଜ୍ଞାନରଂଜନ ନାୟକ, ଦିଲ୍ଲୀପ କୁମାର ଖୁଟିଂଆ, ରୋହିତ ରାଉତ ପ୍ରମୁଖ ଛାମୁଆ କର୍ମୀମାନେ ଯୋଗ ଦେଇଥିଲେ । ଅପରପକ୍ଷରେ ୩୧ନଂ ଜୋନର ବୈ÷ଠକ ପରେ ବିଧାୟକ ଶ୍ରୀ ସାହୁଙ୍କ ଗୋଷ୍ଠୀ ପକ୍ଷରୁ ପ୍ରେସ ବିବୃତ୍ତି ମାଧ୍ୟମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ପ୍ରତିହାରୀଙ୍କୁ ଦଳରୁ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା