ରେଳ କର୍ମଚାରୀ ପୁରସ୍କୃତ
ଜଟଣୀ : ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍ଏସ୍ ବାଜୱା ଉସôର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସମର୍ପଣ ପାଇଁ ନଅ ଜଣ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରିଛନ୍ତି । ଏହି ସଚେତକ କର୍ମଚାରୀମାନେ ଉପରୋକ୍ତ ସେକ୍ସନରେ କିଛିଟା ଟ୍ରେନରେ ହଟ୍ ଏକ୍ସଲ୍ ଓ ବାଇଣ୍ଡିଂ ମାମଲା ଚିହ୍ନଟ କରିଥିଲେ ଏବଂ ସତର୍କତାମୂଳକ କାର୍ଯ୍ୟ ପାଇଁ ତୁରନ୍ତ ସେମାନଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କର୍ମଚାରୀଙ୍କ ଏହି ଦ୍ରୁତ ପଦକ୍ଷେପ ଉପସ୍ଥିତି ବୁଦ୍ଧି ଯୋଗୁ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥିଲା । ଏହି ନଅ ଜଣ ରେଳ କର୍ମଚାରୀ ହେଲେ ସଞ୍ଜୀବ କୁମାର (ଟ୍ରାକ ମେଣ୍ଟେନର/ପଟିଆ), ମାନସ ରଞ୍ଜନ ସାହୁ (ଟ୍ରାକ ମେଣ୍ଟେନର/କାଳୁପଡ଼ାଘାଟ), ସଞ୍ଜୟ କୁମାର ବେହେରା (ଟ୍ରାକ ମେଣ୍ଟେନର/ଭୂଷଣ୍ଡପୁର), ଏସକେ ପର୍ଭିସ ଆଲମ (ଟ୍ରାକ ମେଣ୍ଟେନର/ଭୁବନେଶ୍ୱର), ଶଙ୍କର୍ଷଣ ମହାରଣା (ଟ୍ରାକ ମେଣ୍ଟେନର/ଗୋରଖନାଥ), ଲକ୍ଷ୍ମଣ ମୁର୍ମୁ (ଟିପିଏମଏ/ହରିଦାସପୁର), ପ୍ରମୋଦ କୁମାର ନାୟକ (ଟ୍ରେନ ମ୍ୟାନେଜର/ଖୋର୍ଦ୍ଧାରୋଡ଼), ଦେବବ୍ରତ ରାଉତ (ଲୋକ ପାଇଲଟ୍/ଯଖପୁରା) ଓ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା (ଲୋକ ପାଇଲଟ୍/ଖୋର୍ଦ୍ଧାରୋଡ଼) । ଏହି ସମ୍ବର୍ଦ୍ଧନା ସଭାରେ ପିକେ ବେହେରା ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି), ଶୁଭ୍ରଜ୍ୟୋତି ମଣ୍ଡଳ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା), ନମୋନାରାୟଣ ମୀନା ଖୋର୍ଦ୍ଧାରୋଡ଼ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତଥିଲେ ।