ଭବ୍ୟମନ୍ଦିର ପ୍ରତିଷ୍ଠା ନିମନ୍ତେ ଭୂମିପୂଜନ
ତାଳଚେର: ତାଳଚେର ପୌର ପରିଷଦ ଅନ୍ତର୍ଗତ ନବମିଶ୍ର କଲୋନୀ ଠାରେ ୩ଟି ଭବ୍ୟମନ୍ଦିର ପ୍ରତିଷ୍ଠା ନିମନ୍ତେ ୨୪କୁଣ୍ଡୀୟ ଯଜ୍ଞର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାର ଓ କଲୋନୀବାସୀଙ୍କ ସହାୟତାରେ ଭକ୍ତମାନେ ସୁଦ୍ଧପୂତ ଭାବେ ସୂର୍ଯ୍ୟପୂଜା, କଳସ ସ୍ଥାପନ କରି ଘଟପୂଜା, ଭୂମିପୂଜନ ଓ ବିଧିବିଧାନ ଅନୁସାରେ ସର୍ବ ଦେବାଦେବୀଙ୍କ ଆହ୍ୱାନ ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇ ଧ୍ୱଜା ଉତ୍ତୋଳନ କରାଯାଇଥିଲା । ଅନୁଷ୍ଠାନର କର୍ତ୍ତା ଭାବେ ମନୋଜ ସାହୁ ଦମ୍ପତି ଓ ପଣ୍ଡିତ ଶ୍ରୀ ଶ୍ରୀ ପ୍ରସନ୍ନ ପତିଙ୍କ ଉପସ୍ଥିତିରେ ଉକ୍ତ ଭୂମିପୂଜନ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଘଣ୍ଟଘଣ୍ଟା, ହୁଳହୁଳି ଇତ୍ୟାଦିରେ ସ୍ଥାନଟି ପ୍ରକମ୍ପିତ ହେବା ସହିତ ଗାୟତ୍ରୀ ମନ୍ତ୍ରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଆଜି ଠାରୁ ୧୧ଦିନ ପରେ ଅର୍ଥାତ୍ ୨୭ତାରିଖ ଠାରୁ ୫ଦିନ ବ୍ୟାପୀ ନୂତନ ଭାବେ ନିର୍ମାଣ କରାଯାଉଥିବା ଭବ୍ୟମନ୍ଦିରର ଜଗତରନାଥ ଜଗନ୍ନାଥ, ମା’ ଗାୟତ୍ରୀ ଦେବୀ ଓ ମହାକାଳେଶ୍ୱରଙ୍କ ବିଗ୍ରହ ପ୍ରତିଷ୍ଠା ହେବା ନେଇ କଲୋନୀବାସୀଙ୍କ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟରେ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ କଲୋନୀର ନରେଶ ଚନ୍ଦ୍ର ବେହେରା, ବସନ୍ତ କର, ସରୋଜ ଶତପଥୀ, ପ୍ରଦୀପ ମହାରଣା, ସୁଧିର ଜେନା, ଆସିଷ ଗୋଏଲ, ଗୋପାଳ ପ୍ରସାଦ ମୋଦୀ, ରବିନାରାୟଣ ପଣ୍ଡା, ମହେନ୍ଦ୍ର କରଣ, ଅଶୋକ ବର୍ମା ଓ ପ୍ରଦୀପ୍ତ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଯଜ୍ଞରେ୨୪ ଦେବ ଦମ୍ପତି ଯୋଗ ଦେବେ ।