ଅବସରପ୍ରାପ୍ତ ଶିକ୍ଷକଙ୍କ ସ୍ମୃତିସଭା
ରାଜକନିକା: ରାଜକନିକା ବ୍ଲକ ସିକୋ ପଞ୍ଚାୟତ ଅନ୍ତର୍ଗତ ଗୋବାଙ୍ଗ ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ସ୍ୱର୍ଗତ ଅନନ୍ତ ଚରଣ ବିଶ୍ୱାଳଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଆଳିର ବିଧାୟକ ପ୍ରତାପ କେଶରୀ ଦେବ, ବିଜେଡିର ବରିଷ୍ଠ ନେତା ବିକାଶ ଚନ୍ଦ୍ର ଦାସ, ଶିକ୍ଷାବିତ ପ୍ରଫେସର ବୈକୁଣ୍ଠ ନାଥ ପରିଡା, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, କମୁ୍ୟନିଷ୍ଟ ନେତା ବିଧାନ ଚନ୍ଦ୍ର ଦାସ, ଶିକ୍ଷକ ବାମନ ଚରଣ ବିଶ୍ୱାଳ, ପଞ୍ଚାନନ ପଣ୍ଡା, ବିଦ୍ୟାଧର ତ୍ରିପାଠୀ, ରଞ୍ଜନ କୁମାର ମଲ୍ଲିକ, ଅର୍ଚ୍ଚନା ବିଶ୍ୱାଳ, ଶୁଭ୍ରଜିତ ନାୟକ, ବାସୁଦେବ ରାଉତ, ହରିଶ୍ଚନ୍ଦ୍ର ନାୟକ ଓ ବିନୟ ଭୂଷଣ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୁତ୍ର ଅମର, ଅଶୋକ, ପ୍ରଦୀପ୍ତ, ଅବନି, ଅତୁଳ, ସଂଗ୍ରାମ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବନ୍ଧୁ ପରିବାର ଓ ଗୋବାଙ୍ଗ ପ୍ରେଣ୍ଡସ କ୍ଲବର ସଦସ୍ୟମାନେ ଏଥିରେ ସହଯୋଗ କରିଥିଲେ ।